ରାଜ୍ୟପାଳଙ୍କଠାରୁ ସମ୍ମାନିତ ହେଲେ ଆକାଂକ୍ଷା

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିରନ୍ତର ପ୍ରୟାସ, ନୀରବଛିନ୍ନ ପରିଶ୍ରମ ଆଉ ସୁନେଲି ଭବିଷ୍ୟତ ଗଢିବାର ଆଶା ଆଜି ଆକାଂକ୍ଷାଙ୍କ ମୁଣ୍ଡରେ ସଫଳତାର ଶିରୋପା ପିନ୍ଧାଇ ଦେଇଛି । ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ଗ୍ରାମର ଆକାଂକ୍ଷା ସାହୁ ଗୋଟିଏ ପରେ ଗୋଟିଏ ସଫଳତାର ସିଢି ଚଢ଼ିଛନ୍ତି । ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର ୟୁନଭରସିଟିରୁ ମାଷ୍ଟର ଅଫ ଫିଲୋସଫି (ଫିଜିକ୍ସ)ରେ ଶ୍ରେଷ୍ଠତ୍ଵ ପ୍ରଦର୍ଶନ କରି ମେଡାଲ ହାସଲ କରିଛନ୍ତି । ତାଙ୍କର ଏହି କୃତିତ୍ୱ ପାଇଁ ଆକାଂକ୍ଷା ସାହୁ ମହାମହିମ ରାଜ୍ୟପାଳଙ୍କଠାରୁ ସମ୍ମାନିତ ହୋଇଛନ୍ତି । ଏହା ପୂର୍ବରୁ ଆକାଂକ୍ଷା ଆନ୍ଧ୍ରପ୍ରଦେଶର ଗିତମ୍ ୟୁନଭରସିଟିରୁ ଏମ୍‌ଏସି ଫିଜିକ୍ସରେ ଟପ୍ପର ହୋଇଥିବା ବେଳେ ପଦ୍ମପୁର ଅଞ୍ଚଳ କଲେଜରୁ ବିଏସ୍‌ସି ଫିଜିକ୍ସରେ ମଧ୍ୟ ଶ୍ରେଷ୍ଠ ସ୍ଥାନ ହାସଲ କରିଥିଲେ । ପାଠପଢାରେ ଅହରହ ବୁଡି ରହୁଥିବା ଆକାଂକ୍ଷାଙ୍କ ଏହି ସଫଳତା ପାଇଁ ତାଙ୍କ ବାପା ଅବସରପ୍ରାପ୍ତ ପ୍ରାଧ୍ୟାପକ ଭୁବନ୍ଦେ କୁମାର ସାହୁ, ମାଆ ପୁଷ୍ପାଞ୍ଜଳି ସାହୁ ଏବଂ ତାଙ୍କର କାକା ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ, ମନୋଜ କୁମାର ସାହୁ ଓ ପରିବାର ଲୋକ ଖୁବ୍ ଗର୍ବିତ ।

Leave A Reply

Your email address will not be published.