ଲାଞ୍ଜିଗଡଠାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣି ଶିବିର ଅନୁଷ୍ଠିତ

କଳାହାଣ୍ଡି, (ପି.କେ.ସାହୁ) : ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ପଞ୍ଚାୟତ ସମିତି ସଭା ଗୃହରେ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ । ଏହି ଜନ ଶୁଣାଣି ଶିବିରରେ ମୋଟ ୧୦୩ ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ ୮୭ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୧୬ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଅଭିଯୋଗ ରହିଥିଲା । ୧୮ଟି ଅଭିଯୋଗର ସମାଧାନ ତତ୍‌କ୍ଷଣାତ୍ କରଯାଇଥିଲା । ବିଡିଓ ଜିତେନ୍ଦ୍ର ମିଶ୍ର, ବ୍ଲକ କାର୍ଯ୍ୟାଳୟ କର୍ମଚାରୀ ଏବଂ ସହକାରୀ ଜିଲ୍ଲାପାଳ ଧୀରୋଜ ପଟ୍ଟନାୟକ ଅଭିଯୋଗ ଶୁଣାଣିରେ ସହଯୋଗ କରିଥଲେ ।

Leave A Reply

Your email address will not be published.