csstore

ୟୁଧୀଷ୍ଠୀର ମିଶ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ରାଜ୍ୟପାଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲା ଗସ୍ତରେ ଆସିଛନ୍ତି ମହାମହିମ ରାଜ୍ୟପାଳ ଗଣେଶୀ ଲାଲ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଯୁଧିଷ୍ଠିର ମିଶ୍ର ଲ କଲେଜରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶାର ମହାମହିମ ରାଜ୍ୟପାଳ ଗଣେଶୀ ଲାଲ ଯୋଗଦେଇ ଥିବା ବେଳେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଓ ଜିଲ୍ଲାପାଳ ଚଂଚଳ ରାଣା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମଂଚରେ ମଂଚାସୀନ ଥିଲେ । ଏଠାରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ ସ୍ୱର୍ଗୀୟ ଯୁଧିଷ୍ଠିର ମିଶ୍ରଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ଦେଶ ଓ ଜାତି ପାଇଁ ସ୍ୱର୍ଗୀୟ ଯୁଧିଷ୍ଠିର ମିଶ୍ରଙ୍କ ଅବଦାନକୁ ମନେ ପକାଇଥିଲେ । ସ୍ୱର୍ଗୀୟ ଯୁଧିଷ୍ଠିର ମିଶ୍ର ଏ ଅଂଚଳରେ କୃଷକ ଆନ୍ଦୋଳନ, ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ଦେଶର ସମ୍ବିଧାନ ପ୍ରଣୟନ ସମିତିରେ ଭାଗ ନେଇଥିଲେ । ତା’ ଛଡା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଥମ ମନୋନୀତ ଉପକୁଳପତି ହୋଇ ବୁର୍ଲା ମେଡିକାଲ କଲେଜ, ଇଂଜିନିୟରିଂ କଲେଜ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ କାମ କରିବା ସହ ବଲାଙ୍ଗିର ଟାଉନ ହାଇସ୍କୁଲ, ଟାଉନ ଗାର୍ଲ ହାଇସ୍କୁଲ, ଆର୍ୟୁବେଦିକ କଲେଜ ସ୍ଥାପନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ସ୍ୱର୍ଗୀୟ ଯୁଧିଷ୍ଠିର । ଏମାଟି ତାଙ୍କର ବଳିଦାନକୁ ସଦା ମନେ ରଖିବ ବୋଲି ମହାମହିମ ରାଜ୍ୟପାଳ ଏହି ଅବସରରେ କହିଥିଲେ ।

jayashree
Leave A Reply

Your email address will not be published.