oom

ଝଲପ ମହିମା ସ୍ୱୟଂ ସହାୟକ ଦଳ କଲେ ସଫେଇ ଅଭିଯାନ

jsmm

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଜୋନ୍ ଝଲପ ମହିମା ସ୍ୱୟଂ ସହାୟକ ଦଳର ମହିଳାମାନଙ୍କ ତରଫରୁ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଫେଇ କାର୍ଯ୍ୟକ୍ରମରେ ମହିମା ସ୍ୱୟଂ ସହାୟକ ଦଳର ସଭାନେତ୍ରୀ ସାର୍ଖୁଲା ପୁଟେଲ ସଭାପତିତ୍ୱ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବରେ ଝଲପ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ଝସକେତନ ବାରିକ ଯୋଗଦେଇ ସ୍ୱଛତା ଉପରେ ସମସ୍ତଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ । ତଦ୍‌ସହ ନେହେରୁ ଯୁବକେନ୍ଦ୍ର ବଲାଙ୍ଗିରର ରାଷ୍ଟ୍ରୀୟ ଯୁବ ସ୍ୱେଛାସେବୀ ଯୁଗେଶ କୁମାର ସାହୁ ମଧ୍ୟ ସ୍ୱଚ୍ଛତା ଉପରେ ଅଭିଭାଷଣ ଦେଇଥିଲେ । ତା’ପରେ ଉପସ୍ଥିତ ମହିମା ସ୍ୱୟଂ ସହାୟକ ଦଳର ସମସ୍ତ ସଦସ୍ୟ ଗାଁର ବିଭିନ୍ନ ମଇଳା ସ୍ଥାନକୁ ଯାଇ ସଫା ସୁତୁରା କରିବା ସହ ରେଲି ମାଧ୍ୟମରେ ଗ୍ରାମରେ ସମସ୍ତଙ୍କୁ ସଚେତନ କରାଇଥିଲେ । ଆଗାମୀ ଦିନରେ ପ୍ରତ୍ୟେକ ମାସରେ ଏମିତି ସଫେଇ ଅଭିଯାନ କାର୍ଯ୍ୟକ୍ରମ କରିବାକୁ ସମସ୍ତେ ଆଲୋଚନା କରିଥିଲେ । ଏଥିରେ ସ୍ୱୟଂ ସହାୟକ ଦଳର ସମ୍ପାଦିକା ଶ୍ରୀମତୀ ମମତାଞ୍ଜଳି ପୁଟେଲ, ସଦସ୍ୟା- ଉର୍ମିଳା ପୁଟେଲ, ପୁତକୀ ପୁଟେଲ, ଦ୍ରୌପଦୀ ପୁଟେଲ, କିଆଁ ପୁଟେଲ, ଦେବକୀ ପୁଟେଲ, ଦୁଷିଲା ଭୋଇ, ଅଞ୍ଜନା ରଣା, ତାରାବତୀ ଭୋଇ, ପଲ୍ଲୀ ପ୍ରଗତି ପାଠାଗାର ଝଲପର ଉପସଭାପତି ଶରତ ଭୋଇ, ତ୍ରିଲୋଚନ ସାହୁ, ବୃନ୍ଦାବନ ଯୁଗନିଆ, ଦାମୋଦର ପୁଟେଲ, ସୁଲେମାନ ଯୁଗନିଆ, ପ୍ରେମରାଜ ପୁଟେଲ ପ୍ରମୁଖ ସମସ୍ତେ ସାମିଲ ଥିଲେ ।

jittmm
Leave A Reply

Your email address will not be published.