oom

ବରଗଡ ଜିଲ୍ଲା ତୈଳିକ ବୈଶ୍ୟ ସାହୁ ସମାଜର ମହାସଭା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ଧର୍ମପୀଠ ଠାରେ ବରଗଡ ଜିଲ୍ଲା ତୈଳିକ ବୈଶ୍ୟ ସାହୁ ସମାଜର ପଞ୍ଚମ ମହାସଭା ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରେ ସମାଜର ବୟୋଜ୍ୟେଷ୍ଠ ବ୍ୟକ୍ତି ହାରାଧନ ସାହୁ ଓ ନିତ୍ୟାନନ୍ଦ ସା’ଙ୍କ କରକମଳରେ ଦୀପ ପ୍ରଜ୍ୱଳନ ଓ ଇଷ୍ଟ ଦେବାଦେବୀଙ୍କ ପୂଜାର୍ଚ୍ଚନା ପରେ ଜିଲ୍ଲା ସଭାପତି ମନୋରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଭାବେ ବ୍ୟଙ୍ଗ କବି ମନ ମାଷ୍ଟ୍ରେ, ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ସଭାପତି ଉମାକାନ୍ତ ସାହୁ, କଳାହାଣ୍ଡି ଜିଲ୍ଲା ଉପସଭାପତି ଅରକ୍ଷିତ ସାହୁ, କୁଞ୍ଜବିହାରୀ ସାହୁ, ଗୋବିନ୍ଦ ସାହୁ, ପ୍ରସନ୍ନ ସାହୁ, ଡୋକେଶ୍ୱର ସାହୁ, ଶ୍ରୀମତୀ ନମିତା ସାହୁ ଯୋଗଦାନ କରିଥିଲେ । ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ବରଗଡ ସାଂସଦ ସୁରେଶ ପୂଜାରୀ, ଭଟଲି ବିଧାୟକ ସୁଶାନ୍ତ ସିଂ, ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ସୁରେଶ୍ଵର ଶତପଥୀ, ଦେବରାଜ ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ନିର୍ମାଣାଧୀନ ଧର୍ମଶାଳକୁ ସଂପୂର୍ଣ୍ଣ କରିବା ପାଇଁ ଆର୍ଥିକ ସହଯୋଗ ଦେବା ପାଇଁ ବରଗଡ ସାଂସଦ ସୁରେଶ ପୂଜାରୀ ଓ ଭଟଲି ବିଧାୟକ ସୁଶାନ୍ତ ସିଂହ ସମ୍ମତି ପ୍ରଦାନ କରିଥିଲେ । ଏହି ମହାସଭାରେ ବରଗଡ ଜିଲ୍ଲାର ପ୍ରତ୍ୟେକ ଗ୍ରାମରୁ ହଜାର ହଜାର ସଂଖ୍ୟାରେ ସ୍ୱଜାତୀୟ ମହିଳା, ପୁରୁଷ, ପୁଅ ଓ ଝିଅ ଅଂଶଗ୍ରହଣ କରିଥିଲେ । ତୈଳିକ ବୈଶ୍ୟ ସାହୁ ସମାଜର ସମ୍ବିଧାନର ବିଷୟବସ୍ତୁ ଓ ନିୟମାବଳୀ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇ ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି କେତେକ ନିୟମାବଳୀର ପରିବର୍ତ୍ତନ କରାଯାଇଥିଲା । ସଭାରେ ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷଙ୍କୁ, କୌଳିକ ବୃତ୍ତିଧାରୀ ବ୍ୟକ୍ତି ବିଶେଷଙ୍କୁ, ଅବସରପ୍ରାପ୍ତ ସୈନିକ, ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ବରଗଡ ଜିଲ୍ଲା ତୈଳିକ ବୈଶ୍ୟ ସାହୁ ସମାଜର କାର୍ଯ୍ୟକାଳ ସଂପୂର୍ଣ୍ଣ ହୋଇ ଯାଇଥିବାରୁ ସଭାପତି, ଜିଲ୍ଲା କମିଟି, ସମସ୍ତ ବ୍ଲକ ଓ ପଞ୍ଚାୟତ କମିଟିକୁ ଭଙ୍ଗ ଘୋଷଣା କରିଥିଲେ । ବରଗଡ ଜିଲ୍ଲାସ୍ତରୀୟ ନୂତନ କମିଟି ଗଠିତ ହୋଇଥିଲା । ସଭାପତି ଭାବେ ଭିକାରୀ ଚରଣ ସାହୁ, ସଂପାଦକ ଭକ୍ତ ଚରଣ ସାହୁ, ଉପସଭାପତି ଭାବେ ମାର୍କଣ୍ଡ ସା, ତୋଷବନ୍ତ ସାହୁ, ସ୍ୱର୍ଣ୍ଣକାନ୍ତି ସାହୁ, ଯୁଗ୍ମ ସଂପାଦକ ଭାବେ ଡ. ବିରଞ୍ଚି ସାହୁ, କୋଷାଧ୍ୟକ୍ଷ ଭାବେ ରାଜେନ୍ଦ୍ର ସାହୁ, ଆଇନଜ୍ଞ ଭାବେ ରାଜ କିଶୋର ସାହୁଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି । କାର୍ଯ୍ୟକ୍ରମ ପରିଚାଳନାରେ ଯୁବ ଆଇନଜୀବୀ ରାଜ କିଶୋର ସାହୁ ଓ କେଶବ ଚନ୍ଦ୍ର ସାହୁଙ୍କ ସଂଯୋଜନା କରିଥିବା ବେଳେ କିଶୋର ସାହୁ, କୁବେର ସାହୁ, ଦିବ୍ୟ ସାହୁ, ସନାତନ ସା, ମହେନ୍ଦ୍ର ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପରମେଶ୍ଵର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.