ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଭିତରେ ରହିଥିବା ଆଇସିୟୁ ବିଭାଗର ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହଉଥିବା ଦେଖିବାକୁ ମିଳିଛି । ପାଣି ସପ୍ଲାଏ ପାଇପ୍ ଫାଟି ଯିବା କାରଣରୁ ୱାର୍ଡ ଭିତରେ ପାଣି ଭରିଯାଇଥିବା ଆଲୋଚନା ହେଉଛି । ମୁଖ୍ୟତଃ ଗୁରୁତର ଅବସ୍ଥାରେ ଥିବା ରୋଗୀମାନେ ଆଇସିୟୁ ୱାର୍ଡରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ବେଡ ତଳେ ପହଁରୁଛି ପାଣି । ଏ ଦୃଶ୍ୟ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି । ଏବେ ସୋସିଆଲ୍ ମିଡିଆରେ ଏ ଦୃଶ୍ୟ ଭାଇରାଲ ହେବାରେ ଲାଗିଛି ।
Prev Post
Next Post