ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୨୩ରୁ ନୂତନ ଶିକ୍ଷା ବର୍ଷ ଆରମ୍ଭ ହେଲା ବୋଲି ସରକାର ଘୋଷଣା କରିଥିଲେ । ହେଲେ ଏ ପର୍ଯ୍ୟନ୍ତ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର କୌଣସି ବିଦ୍ୟାଳୟରେ ଶ୍ରେଣୀ ଉପଯୋଗୀ ପାଠ୍ୟପୁସ୍ତକ ମିଳିନାହିଁ । ଏ ପଟେ ନିର୍ଦ୍ଦେଶ ଅଛି ଯେ ପ୍ରବେଶ ଉତ୍ସବ ୩ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ସ୍ୱାଗତ କରି ଛାତ୍ରଛତ୍ରୀମାନଙ୍କୁ ପାଠ୍ୟ ପୁସ୍ତକ ବଣ୍ଟାଯିବ । ପାଇକମାଲ ଶିକ୍ଷା ବିଭାଗ ସୁପ୍ତ ରହି କେବଳ ସମଗ୍ର ଶିକ୍ଷା ଟଙ୍କା କେମିତି ଖର୍ଚ୍ଚ ହେବ ସେଥିରେ ଧ୍ୟାନ ଥିବାର ଆଲୋଚନା ହେଉଛି । ଶିକ୍ଷା ବର୍ଷ ଆରମ୍ଭରେ ପାଠ୍ୟପୁସ୍ତକ ପାଇ ନ ଥିବାରୁ ଅଭିଭାବକ ସହ ଛାତ୍ରଛାତ୍ରୀମାନେ ଅସନ୍ତୁଷ୍ଟ ଅଛନ୍ତି । ଯଥା ଶୀଘ୍ର ପାଠ୍ୟପୁସ୍ତକ ଯୋଗାଣ କଲେ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ବୁଦ୍ଧିଜୀବୀରେ ଚର୍ଚ୍ଚା ହେଉଛି । ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି ।