ଢ଼ାବା ସମ୍ମୁଖରୁ ବାଇକ ଚୋରି ଅଭିଯୋଗ

କଳାହାଣ୍ଡି, (ନରୋତ୍ତମ ସେଲମା) : ରିଷିଡା ଫାଣ୍ଡି ଅନ୍ତର୍ଗତ କନସିଲ ବିହାରୀ ଢ଼ାବା ସମ୍ମୁଖରୁ ଏକ ବାଇକ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ମତେ ଝାରମୁଣ୍ଡା ଗ୍ରାମର ପ୍ରଦୀପ ପାତ୍ର ନାମକ ଯୁବକ ନିଜ ବାଇକ (ବଜାଜ ଡ଼ିସକଭର ନଂ -ଓଡି୦୮ଜି୬୯୭୪)କୁ ରାତି ପ୍ରାୟ ୯ଟାରେ ଉକ୍ତ ଢ଼ାବା ସମ୍ମୁଖରେ ରଖି ଖାଇବାକୁ ଭିତରକୁ ଯାଇଥିଲେ । ଖାଇସାରି ଫେରିବା ବେଳକୁ ବାଇକଟି ସେଠାରେ ନଥିଲା । ସାଙ୍ଗେ ସାଙ୍ଗେ ସେ ରିଷିଡା ଫାଣ୍ଡିରେ ଅଭିଯୋଗ କରିଥିଲେ । ଫାଣ୍ଡିଅଧିକାରୀ କ୍ଷୀରସିନ୍ଧୁ ମାଝୀ ସଦଳବଳେ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିଲେ ହେଁ ସନ୍ଧାନ ମିଳିନାହିଁ । ପ୍ରକାଶ ଥାଉକି ରିଷିଡା ଫାଣ୍ଡି ଅଂଚଳରେ ଗତ କିଛି ମାସ ତଳେ ଏକାଧିକ ବାଇକ ଚୋରି ହୋଇଥିବା ଅଭିଯୋଗ ମାନ ରହିଛି । ଏହି ଫାଣ୍ଡି ଅଧୀନରେ ୪୨ରୁ ଅଧିକ ଗାଁ ରହିଥିବା ବେଳେ ପ୍ରଶାସନ ଫାଣ୍ଡିକୁ ଏକ ଚାରିଚକିଆ ଯାନ ଟିଏ ବି ଯୋଗାଇନଥିବାରୁ ପେଟ୍ରୋଲିଙ୍ଗରେ ଅସୁବିଧା ହେଉଛି । ଏଥିପ୍ରତି ଏସ୍‌ପି ଦୃଷ୍ଟି ଦେଇ ଯାନର ବ୍ୟବସ୍ଥା କରିବା ସହ ଅଧିକ କର୍ମଚାରୀ ନିୟୋଜିତ କରିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି ।

Leave A Reply

Your email address will not be published.