csstore

ଦହମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଦହମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଲୋକ କୁମାର ପ୍ରଧାନ ସଭାପତିତ୍ୱ କରି ସଭା ପରିଚାଳନା କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ୩୦ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟ ଗିରିଶ ଚନ୍ଦ୍ର ଦତ୍ତ, ମୁଖ୍ୟବକ୍ତା ଭାବେ ଭୋଗରାଇ ପ୍ରାକ୍ତନ ଗୋଷ୍ଠୀ ଶିକ୍ଷାଧିକାରୀ ଭଗିରଥ ଗିରି, ବିଶିଷ୍ଟ ଅତିଥି ଭାବେ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ମିନାରାଣୀ ସାସମଲ, ସମ୍ମାନିତ ବକ୍ତା ଭାବେ ଖରିଦପିପଳ ଗ୍ରାମ ପଞ୍ଚାୟତ ସରପଞ୍ଚ ମଞ୍ଜୁରାଣୀ ବେହେରା, ସମ୍ମାନିତ ଅତିଥି ଭାବେ ସମିତି ସଦସ୍ୟା ବିନତି ସାହୁ, ଦହମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ପବନ କୁମାର ବେହେରା, କୁସୁଡ଼ା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଗୋପାଳ ଚନ୍ଦ୍ର ସେଠୀ, ଓଷ୍ଠା ଯୁଗ୍ମ ସଂପାଦକ ରାଜେନ୍ଦୁ ବିକାଶ ପାତ୍ର, ନାଏବ ସରପଞ୍ଚ ବିଜୟ କୁମାର ସିଂ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଆଶୁତୋଷ ମହାନ୍ତି ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ଏକ ମଣିଷ ତିଆରି କାରଖାନା ଯାହା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଭୂମିକା ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ ସଭାକାର୍ଯ୍ୟରେ ବନବିହାରୀ ସିଟ୍ ବେଦପାଠ କରିଥିବା ବେଳେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଉତ୍କଳ ରାଣୀ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ଶିକ୍ଷକ ଅରୋଜ କାନ୍ତି ଗିରି ଅତିଥିଙ୍କ ପରିଚୟ ଓ ମଞ୍ଚ ଆହ୍ୱାନ କରିଥିଲେ । ଶେଷରେ ଶିକ୍ଷକ ଅତଷ କୁମାର ଦାସ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.