jsm

ରାଜାଘର ଛାଡିଦେଲେ ବିଜେଡିର ଆଉ କିଛି ନାହିଁ : ବିଜେଡି ବଲାଙ୍ଗିର ଜିଲ୍ଲା କାର୍ଯ୍ୟକାରୀ ସଭାପତି

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ବିଜେଡିର ମଙ୍ଗ ଧରିବା ପାଇଁ ବିଗତ କିଛି ବର୍ଷ ଦଳରେ ଅନ୍ତଃ ସଂଘର୍ଷ ଜାରି ରହିଥିବା ଦେଖିବାକୁ ମିଳିଛି । ଲଢେଇ ରହିଛି ହେବି ୱେଟ ମାନଙ୍କ ମଧ୍ୟରେ । ଗୋଟିଏ ପଟେ ରାଜାଘର ସିଂହଦେଓ ପରିବାର ତ’ ଆଉ ଗୋଟିଏ ପଟେ ଜିଲ୍ଲା ବିଜେଡି ସଭାପତି ତଥା ମନ୍ତ୍ରୀ ଟୁକୁନି ସାହୁ ଓ ବିଜେଡି ସାଧାରଣ ସଂପାଦିକା ଶ୍ରୀମୟୀ ମିଶ୍ର । ଅନ୍ୟପଟେ ଉପ ମୁଖ୍ୟ ସଚେତକ ସରୋଜ ମେହେରଙ୍କ ପତିଆରା ମଧ୍ୟ କମ୍‌ ନୁହେଁ । ତେବେ ଏଭଳି ସ୍ଥିତିରେ ବିଜେଡି ପକ୍ଷରୁ ସାମ୍ବାଦିକ ଭବନରେ ଆୟୋଜିତ ସାମ୍ବଦିକ ସମ୍ମିଳନୀରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ରଜାଘର ଛଡା ବିଜେଡିର ଆଉ କିଛି ନାହିଁ, ସେଥିପାଇଁ ବିରୋଧୀମାନେ କେବଳ ରାଜ ପରିବାରକୁ ଆକ୍ରମଣ କରୁଛନ୍ତି ବୋଲି ବିଜେଡିର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତି କହିଛନ୍ତି । ଭରା ସାମ୍ବାଦିକ ସମ୍ମିଳନୀରେ ଖୋଦ୍‌ ବିଜେଡି କାର୍ଯ୍ୟକାରୀ ସଭାପତି ରଜାଘର ଛାଡିଦେଲେ ଏଠାରେ ବିଜେଡିର ଆଉ କିଛି ନାହିଁ ଭଳି ଉକ୍ତି ଆଲୋଚନାର ବିଷୟ ପାଲଟିଛି । ଖୋଦ୍‌ ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତିଙ୍କ ଉପରୋକ୍ତ ଉକ୍ତି ଜିଲ୍ଲା ରାଜନୀତିକୁ ଆହୁରି ସରଗରମ କରିବ ବୋଲି ମତ ପ୍ରକାଶ ପାଉଛି ।

yuvodaya
Leave A Reply

Your email address will not be published.