କୁମାରସ୍ୱାମୀ ମହୋତ୍ସବ ପାଇଁ କଳସ ଯାତ୍ରା

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି କଳା ସଂସ୍କୃତି, ଐତିହ୍ୟ ପରମ୍ପରା, ସାହିତ୍ୟ, ଲୋକଗୀତ ଲୋକନୃତ୍ୟର ବାର୍ତ୍ତାବହ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ବୁଢିପଦରର ୨୮ତମ ବାର୍ଷିକ ଉତ୍ସବ ତଥା କୁମାରସ୍ୱାମୀ ମହୋତ୍ସବ ଆରମ୍ଭ ହୋଇଛି । ଏହି ଅବସରରେ ଆଜି ଅପରାହ୍ନରେ କଳସ ଯାତ୍ରା ଆୟୋଜିତ ହୋଇ କୁମାରସ୍ୱାମୀ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରାଯାଉଛି । ପୂଜା କର୍ତ୍ତା ଭାବେ ଅନୁଷ୍ଠାନର କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ ଏବଂ ତାଙ୍କ ଧର୍ମପତ୍ନୀ ଶାନ୍ତି ଜାଲ ଥିବାବେଳେ ସନ୍ତୋଷ ପାଢି ପୂଜକ ଦାୟିତ୍ୱ ନିର୍ବାହ କରୁଛନ୍ତି । ଏବର୍ଷ ନଭେମ୍ବର ୨୯ ଓ ୩୦ ଦୁଇଦିନ ଧରି ଏହି ଉତ୍ସବ ପାଳନ କରାଯାଉଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ଉତ୍ସବକୁ ନିରାଡମ୍ବର କରାଯାଇଛି । ବିଗତବର୍ଷ ମାନଙ୍କରେ ୪ ଦିନ ଧରି ଆୟୋଜିତ ହେଉଥିବା ମହୋତ୍ସବ ଏଥର ୨ ଦିନ ହିଁ ପାଳିତ ହେବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧାଙ୍ଗଡାମାଝୀ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.