ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଲର୍କିପାଲି ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନଠାରେ ଜାତୀୟ ଅପ୍ରେଣ୍ଟସିପ୍ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଆଇଟିଆଇ ପରେ ଛାତ୍ରଛାତ୍ରୀମାନଙ୍କୁ ଅପ୍ରେଣ୍ଟସିପ୍ କରିବା ପାଇଁ କିଭଳି ପ୍ରୋତ୍ସାହିତ କରାଯିବ ସେଥିପାଇଁ ସରକାରୀ ସ୍ତରରେ କେଉଁ ସବୁ ଯୋଜନା ରହିଛି ତାହା ଆଲୋଚନା କରାଯାଇଥିଲା । ଅପ୍ରେଣ୍ଟସିପ୍ ପରେ ସେମାନେ କିଭଳି ତାଙ୍କର କ୍ୟାରିୟର ଗଠନ କରିପାରିବେ ସେନେଇ ଛାତ୍ରଛାତ୍ରୀଙ୍କୁ ବୁଝାଇବା ପାଇଁ ଉପସ୍ଥିତ ଅତିଥିମାନେ ଆଲୋଚନା କରିଥିଲେ ।
Prev Post
Next Post