ବିଜେଡି ପକ୍ଷରୁ ଦୀପାଳି ଦାସଙ୍କୁ ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଦୀପାଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେଡି ପକ୍ଷରୁ ଦୀପାଳି ଦାସଙ୍କୁ ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ସ୍ୱର୍ଗତ ନବ ଦାସଙ୍କ ସୁପୁତ୍ରୀ ଦୀପାଳି । ବିଜୁ ଜନତା ଦଳ ପକ୍ଷରୁ ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ପରେ ଦୀପାଳି ଦାସ କହିଛନ୍ତି ଯେ, ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ଉପରେ ଆସ୍ଥା ପ୍ରକଟ କରି ଝାରସୁଗୁଡାବାସୀଙ୍କ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି । ମୋର ଦୃଢ଼ ବିଶ୍ବାସ ଝାରସୁଗୁଡାବାସୀ ମତେ ନିଜ ଝିଅ ଭଳି ଆଶୀର୍ବାଦ କରିବେ । ବାପାଙ୍କ ଭଳି ଝାରସୁଗୁଡାବାସୀଙ୍କ ସେବା ପାଇଁ ମୁଁ ସଂକଳ୍ପବଦ୍ଧ ।

Leave A Reply

Your email address will not be published.