ପ୍ରିୟମ୍ବଦା ଦେବୀଙ୍କ ଦ୍ୱାଦଶାହ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ମେଲଛାମୁଣ୍ଡାର ପୂର୍ବତନ ବିଧାୟକ ସ୍ୱର୍ଗତ ବିରେନ୍ଦ୍ର କୁମାର ସାହୁଙ୍କ ଧର୍ମପତ୍ନୀ ତଥା ବୁରୋମୁଣ୍ଡା ଗୌନ୍ତିଆଣୀ ଶ୍ରୀମତୀ ପ୍ରିୟମ୍ବଦା ସାହୁଙ୍କ ବିୟୋଗରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ଜଣେ ଦରଦୀ, ଧର୍ମପରାୟଣା ଏବଂ ଅତ୍ୟନ୍ତ ସ୍ନେହୀ ମହିଳା ଭାବରେ ତାଙ୍କର ଖ୍ୟାତି ଥିଲା । ଶିକ୍ଷା, ଚାଷ, ରାଜନୀତି ଓ ଧର୍ମକାର୍ଯ୍ୟ ସହ ଜଡିତ ଥିଲେ । ଏକ ବିରାଟ ପରିବାରକୁ ଚଳାଇବା ସହ ସ୍ୱାମୀଙ୍କ ରାଜନୈତିକ ସଫଳତାରେ ପ୍ରୀୟମ୍ବଦାଙ୍କ ପ୍ରମୁଖ ଭୂମିକା ଥିଲା । ସ୍ୱାଧୀନତା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଗାଇସିଲେଟ ଅଂଚଳର ଇତିହାସରେ ପ୍ରିୟମ୍ବଦା ଏକ ନାଁ ନୁହଁନ୍ତି । ସମଗ୍ର ଅଂଚଳର ଶିକ୍ଷା, ଶାସନ, ପରମ୍ପରା, ନାରୀ ଚେତନାର ବିକାଶ, ସ୍ୱାଭିମାନ ଓ ସେବାର ମୁକସାକ୍ଷୀ । ଅଧ୍ୟାପକ ଜୟକେତନ ତ୍ରିପାଠୀଙ୍କ ପୌରାହିତ୍ୟରେ ଆୟୋଜିତ ସ୍ମୃତିସଭାରେ ପ୍ରିୟମ୍ବଦା ନାମକ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ମନ୍ତ୍ରୀ ରିତା ସାହୁ, ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ପ୍ରକାଶ ଚନ୍ଦ୍ର ଦେବତା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋରଞ୍ଜନ ବରିହା, ପୂର୍ବତନ ସାଂସଦ ପ୍ରଭାସ ସିଂ, ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବିଭିନ୍ନ ବ୍ଲକ ଅଧ୍ୟକ୍ଷ, ଅଧ୍ୟକ୍ଷା ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଗତିକୃଷ୍ଣ ମିଶ୍ର, ଉପଦେଷ୍ଟା ନାରାୟଣ ସାହୁ, ଜିଲ୍ଲା ପରିଷଦ ସଭ୍ୟ ନୀଳମଣି ବରିହା, ସଭ୍ୟା ଝରଣା ପାଣିଗ୍ରାହୀ, ବିଡ଼ିଓ ମନୋଜ କୁମାର ଦେବତା, ତହସିଲଦାର ସୁନିଲ କୁମାର ମେହେର, ବ୍ଲକର ସମସ୍ତ ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ସଭ୍ୟା, ଯୁବ ନେତା ନିହାର ବେହାରା, ସୁବ୍ରତ ସିଂ, ଭୋଜରାଜ ସିଂ ବରିହା, ବିଜେପୁର ଜମିଦାର ସନତ ଗଡତିଆ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଞ୍ଚଳର ସମସ୍ତ ସମାଜସେବୀ, ସାମ୍ବାଦିକ ଯୋଗ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ସ୍ମୃତିସଭାରେ ଉପସ୍ଥିତ ରହି ସ୍ୱର୍ଗତା ପ୍ରିୟମ୍ବଦା ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିବା ସମସ୍ତ ଅତିଥିମାନଙ୍କୁ ତାଙ୍କର ପୁତ୍ର ଭୁବନ୍ଦେ କୁମାର ସାହୁ, ପ୍ରଣୟ କୁମାର ସାହୁ ଓ ମନୋଜ କୁମାର ସାହୁ କୃତଜ୍ଞତା ଜଣାଇଥିଲେ ।

Leave A Reply

Your email address will not be published.