csstore

ଡେଲାଙ୍ଗରେ ଓଡ଼ିଶା ଆଦିବାସୀ ମହୋତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ଆକ୍ସନ ଆନୁକୂଲ୍ୟରେ ଓ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ସହାୟତାରେ ବୁଧବାର ଶ୍ରୀପୁରୁଷୋତ୍ତମ ହାଇସ୍କୁଲ୍‌ ପରିସରରେ ଓଡିଶା ଆଦିବାସୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ପ୍ରଧାନ ଶିକ୍ଷକ ଜଳନ୍ଧର ବେହେରା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଶ୍ରୀପୁରୁଷୋତ୍ତମ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ହିରଣ୍ୟମୟୀ ମହାପାତ୍ର, ମୁଖ୍ୟବକ୍ତା ରୂପେ ସିଆରସିସି ପବିତ୍ର କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ପଂଚାୟତ ମିଶନ ଶକ୍ତି ମହାସଂଘ ସଭାପତି ଦୀପ୍ତିମୟୀ ମହାପାତ୍ର, ନାଏବ ସରପଞ୍ଚ ବାସୁଦେବ ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅକୁର ବରାଳ ଏବଂ ଅନୁଷ୍ଠାନର ସଭାପତି ଆଲୋକ କୁମାର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠାନର ସମ୍ପାଦକ ଅଶୋକ କୁମାର ପେଣ୍ଠଇ ସୁଚାରୁ ରୂପେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶାର କଳା ସଂସ୍କୃତି କିପରି ଭାବରେ ଜୀବିତ ରହିବ ତାହା ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଷଣ କରାଯାଇଥିଲା । ଏହି ମହୋତ୍ସବ କାର୍ଯ୍ୟକ୍ରମରେ ଓଡିଶାରୁ ୫୦ରୁ ଅଧିକ କଳାକାର ଭାଗ ନେଇଥିଲେ । ଅନୁଷ୍ଠାନ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡ଼ିଆଙ୍କ ସମେତ ସମସ୍ତ ଅତିଥି, କଳାକାର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଉତ୍ତରୀୟ, ଉପଢୌକନ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଶେଷରେ ସମାଜସେବୀ ପ୍ରକାଶ ଭୋଳ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.