ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଶରଗାଡ ଗ୍ରାମ ପଞ୍ଚାୟତର ଗୌନ୍ତିଆପଡା କଲ୍ୟାଣ ମଣ୍ଡପଠାରେ ଓଡିଶା ବନ ଉନ୍ନୟନ ନିଗମ ଲିଃ, ବଲାଙ୍ଗିର (ସି-କେ.ଏଲ) ଡିଭିଜନ ସୌଜନ୍ୟତାରେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ଓ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ସ୍ବେଛାସେବୀ ସଂଗଠନ ଓ ବୀରମହାରାଜପୁର ମହାନଦୀ ନେତ୍ର ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ମଧ୍ୟ ଅନୁଷ୍ଠିତ କରାଯାଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ୬୧୭ ଜଣଙ୍କୁ ପଞ୍ଜିକୃତ କରି ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ଚକ୍ଷୁ ପରୀକ୍ଷା ଶିବିରରେ ୧୬୫ ଜଣଙ୍କ ମାଗଣା ଚକ୍ଷୁ ପରୀକ୍ଷା କରାଯାଇଥିଲା । ଏହା ସହ ୯୨ ଜଣ ଚିହ୍ନଟଙ୍କୁ ଚଷମା ଓ ଆବଶ୍ୟକ ଅପରେସନ ମାଗଣାରେ କରାଯିବା ବ୍ୟବସ୍ଥା କରାଯାଇଥିଲା । ପରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ଉପରବାହାଲ ଗ୍ରାମ ପଞ୍ଚାୟତସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ସମସ୍ତ କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦ୍ୟାଳୟ ପରିସରରେ ବନୀକରଣ ପାଇଁ ଏକ ବିଶେଷ ଅନୁରୋଧ କ୍ରମେ ଓଡିଶା ବନ ଉନ୍ନୟନ ନିଗମ ଲିଃ, ବଲାଙ୍ଗିର (ସି-କେ.ଏଲ) ଡିଭିଜନର ସବ-ଡିଭିଜନାଲ ମ୍ୟାନେଜର ଆଶିଷ ମିଶ୍ର ଆଗାମୀ ବର୍ଷା ଋତୁରେ ବିଦ୍ୟାଳୟ ପରିସରରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ଲୋଇସିଂହା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପ୍ରତିନିଧି ଭାବରେ ଯୋଗାଣ ଅଧିକାରୀ ସୌମ୍ୟ ରଞ୍ଜନ ମହାନନ୍ଦ, ସମ୍ମାନିତ ଅତିଥି ଭାବରେ ଶରଗାଡ ସରପଞ୍ଚ ସରୋଜ ବେହେରା, ଶରଗାଡ ସମିତି ସଭ୍ୟ ବୀରେନ୍ଦ୍ର ସାହୁ, କୁଶମେଲ ସରପଞ୍ଚ କୌସ୍ତୁଭ ସାହୁ, ଡାକ୍ତର ଶୁଭେନ୍ଦୁ ଶେଖର ପଧାନ, ଓଡିଶା ବନ ଉନ୍ନୟନ ନିଗମ ଲିଃ, ବଲାଙ୍ଗିର (ସି-କେ.ଏଲ) ଡିଭିଜନର କିଶୋର କୁମାର ଦଲାଇ, ଶ୍ରୀକଣ୍ଠ ମିଶ୍ର, ଆଶିଷ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ । ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ଶତପଥୀ, ଜିତୁ ସାହୁ, ସୁମିତ ମିଶ୍ର, ରବୀନ୍ଦ୍ର ପ୍ରଧାନ, ରାଜେଶ ସାହୁ, ଟୁଲୁ ସାହୁ, ଏମ ଡି ବବଲୁ, ଧନଞ୍ଜୟ ପାଣିଗ୍ରାହୀ, ଶ୍ୱେତା ସାହୁ, ମିଲି ପଟ୍ଟନାୟକ, ବର୍ଷାରାଣୀ ଷଡଙ୍ଗୀ, ପାୟଲ ମହାନ୍ତି, ଆଲୋକ ପଟେଲ, ପିଙ୍କୁ ପୁଟେଲ, ଆଶିଷ ପଟେଲ, ଅଭିଷେକ ସାଏ, ସୁବ୍ରତ ଉପାଧ୍ୟାୟ, ଆକାଶ ଅଗ୍ରୱାଲ, ସୁଦୀପ୍ତ ରଞ୍ଜନ ସୁଆର ପ୍ରମୁଖ ଏବଂ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ବାଙ୍କୀବାହାଲ ଶାଖା ଓ ମାୟାବରହା ଶାଖାର ସଦସ୍ୟ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.