oom

ତାଳଚେରଠାରେ ରାଜ୍ୟବ୍ୟାପି ପରିବେଶ ଓ ଜଳ ସୁରକ୍ଷା ମଞ୍ଚର ସଚେତନତା ଅଭିଯାନ

jsmm

ତାଳଚେର, (ଆର୍ତ୍ତତ୍ରାଣ ପାଣି) : କୋଇଲାନଗରୀ ତାଳଚେରର ହାଟତୋଟାଠାରେ ଗତକାଲି ସନ୍ଧ୍ୟା ୬ ଘଟିକାରେ ଖଣି ଦ୍ୱାରା ପ୍ରଦ୍ୟୁଷିତ ତାଳଚେର ପାଣି, ପବନ, ରାସ୍ତା ଘାଟ ଓ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ପରିବେଶବିତ୍ ଓକିଲ ବାଉରୀ ବଂଧୁ ବେଜ୍‌ଙ୍କ ଅଧ୍ୟକ୍ଷତାରେ ଏକ ଜନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଇଂ. ସସ୍ମିତା ବେହେରା ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ପରିବେଶବିତ୍ ଦେବୀ ପ୍ରସାଦ ପୃଷ୍ଟି, ସମ୍ମାନିତ ଅତିଥି ରଂଜିତ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମାଜର ବିଭିନ୍ନ ସ୍ତରରେ କାର୍ଯ୍ୟରତ ସମାଜସେବୀ ବାପି ମହାନ୍ତି, ରଣଜିତ ମହାପାତ୍ର, ଚୈତନ୍ୟ ପ୍ରଧାନ, ବିନୋଦ ଲାଲ୍, ଗଣମାଧ୍ୟମ ପ୍ରତିନିଧି ଅରେନ୍ ପାଣି, ରବୀନ୍ଦ୍ର ସେଠ, ପ୍ରଦୀପ ମହାରଣା, ଓକିଲ ଜମ୍ବେଶ୍ୱର ପଟ୍ଟନାୟକ, ଓକିଲ କେଶବ ଭୂତିଆ ଏବଂ ତାଳଚେର ସମସ୍ୟା ସହ ଲଢ଼ୁଥିବା ସଚେତନ ବ୍ୟକ୍ତି ବିଶେଷ ଅର୍ଜୁନ ଭୁତିଆ, ପଦ୍ମ ଲୋଚନ ସାମଲ, ସୁକାନ୍ତ ଦାସ, ପଦ୍ମିନୀ ନାୟକ, ହରେକୃଷ୍ଣ ମହାପାତ୍ର, ସଂଜୀବ ନାଏକ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ତାଳଚେର ପରିବେଶ ସନ୍ତୁଳନକୁ ନେଇ ମତବ୍ୟକ୍ତ କରିଥିଲେ । ଏହି ସଚେତନତା ସଭାରେ ମୁଖ୍ୟତଃ ରାସ୍ତା ପ୍ରଦ୍ୟୁଷଣକୁ ରୋକିବା ଏବଂ ତାଳଚେର ମେଡିକାଲ କଲେଜକୁ ଶୀଘ୍ର କାର୍ଯ୍ୟାନ୍ୟୁତ କରିବା ଉପରେ ବହୁ ବ୍ୟକ୍ତି ମତ ପୋଷଣ କରିଥିବା ବେଳେ ସ୍ଥାନୀୟ ରାଜନେତାଙ୍କ ତାଳଚେର ପ୍ରତି କୌଣସି ଦରଦ ନାହିଁ ବୋଲି କ୍ଷୋଭ ପ୍ରକାଶ କରିଥିଲେ । ବିଶେଷତଃ ତାଳଚେର ଲୋକ ପ୍ରତିନିଧି ତାଳଚେରର ଏହି ପ୍ରଦ୍ୟୁଷଣ ସମସ୍ୟାର ସମାଧାନ ନିମନ୍ତେ ବିଧାନ ସଭା କିମ୍ବା ଲୋକ ସଭାରେ ଚେଷ୍ଟିତ ନଥିବା ବେଳେ ଅନ୍ୟ ନିର୍ବାଚିତ ମଣ୍ଡଳୀ ବିଧାୟକ ଏହି ସମସ୍ୟା ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଅନ୍ତତଃ ତାଳଚେର ନିର୍ବଚିତ ନେତାଙ୍କ ଆଖି ଖୋଲିବ ବୋଲି ପ୍ରକାଶ କରିଥିଲେ । ପରିଶେଷରେ ଏହି ସଭାର ସଭାପତି ଓକିଲ ବାଉରୀ ବଂଧୁ ବେଜ୍ ତାଳଚେର ପରିବେଶ ପ୍ରତି ସରକାର ଯଥା ଶୀଘ୍ର ଯତ୍ନଶୀଳ ହୋଇ ଖଣି ଖାଦାନ ଦ୍ୱାରା ପ୍ରଦ୍ୟୁଷିତକୁ ଆକଳନ କରିବା ନିମନ୍ତେ ସରକାରଙ୍କୁ ଦାବୀ କରିଥିବା ଜଣାପଡିଛି ।

jittmm
Leave A Reply

Your email address will not be published.