ବଲାଙ୍ଗିର, (କେପିଏନ୍ଏସ୍) : ମାଲପଡା ନିବାସୀ ସରୋଜିନୀ ମିଶ୍ରଙ୍କ ୯୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣା, ପରୋପକାରୀ ମହିଳା ଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ଆଶୁତୋଷ ମିଶ୍ର, ଅରୁଣ ମିଶ୍ର, ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସହିତ ନାତି ନାତୁଣୀ ସିଦ୍ଧାର୍ଥ, ସ୍ୱରୁପ, ଦେବାଶିଷ, ଆଦିତ୍ୟ, ଶିଳା, ପୂଜା, ଅଣନାତି ମାମାଲି, ବାପାଲି ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ତାଙ୍କ ଶବ ସତ୍କାରରେ ମାଲପଡା ନାଗରିକ କମିଟି, ରେଲୱେ ଉପଭୋକ୍ତା ସଂଘ ଓ ଖଦ୍ୟୋତ ଅନୁଷ୍ଠାନର ଦିବାକର ହୋତା, ଧର୍ମବ୍ରତ ରଥ, ଯୁଧିଷ୍ଟିର ମିଶ୍ର, ନାରାୟଣ ପାଢୀ, ଅଶୋକ ଚନ୍ଦ, ନରେନ୍ଦ୍ର କବାଟ, ରବିଚନ୍ଦ୍ର ପଶାୟତ, ଆକୁଳ ବେହେରା, ଦାମୋଦର ମିଶ୍ର, ଡା. ରାଧାକାନ୍ତ ମିଶ୍ର ଉପସ୍ଥିତ ଥିଲେ । ଜ୍ୟେଷ୍ଠ ପୁତ୍ର ଆଶୁତୋଷ ମିଶ୍ର ମୁଖାଗ୍ନି ଦେଇଥିଲେ । ତାଙ୍କ ପରଲୋକରେ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି ।