ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ବୋଲେରୋ ସହ ୧୪ କେଜି ୩୦୦ ଗ୍ରାମ ବେଆଇନ ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଦିନକୁ ଦିନ ବେଆଇନ ଗଞ୍ଜେଇ ଚାଷ ଓ ଚାଲାଣ ବୃଦ୍ଧି ପାଉଥିବା ବେଳେ ପୋଲିସ ମଧ୍ୟ ସଜାଗ ରହିଛି । ଗତ ରାତିରେ ଗଞ୍ଜେଇ ଚୋରା ଚାଲାଣର ଖବର ପାଇ ବାଲିଗୁଡ଼ା ଥାନା ପୋଲିସ ସିଟି ସ୍କୁଲ ନିକଟରୁ ଏକ ବୋଲେରୋ ପିକ୍ଅପ୍ ଭ୍ୟାନ୍କୁ ଜବତ କରିଥିବା ବେଳେ ଅନ୍ୟପଟେ ଦୁଇ ମାଫିଆ ଫେରାର ହୋଇଯାଇଥିବା ସୂଚନା ରହିଛି । ଏନେଇ ବାଲିଗୁଡ଼ା ଥାନାରେ କେସ ନମ୍ବର ୭୫।୨୩ ଏନଡିପିଏସ ଆକ୍ଟ ଅନ୍ତର୍ଗତ ମାମଲା ରୁଜୁ ହୋଇଥିବା ନେଇ ଥାନା ଅଧିକାରୀ ବାବା ଶଙ୍କର ସରାଫ ପ୍ରକାଶ କରିଛନ୍ତି ।