ଛତ୍ରପୁରର ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରବଚନ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ପ୍ରସିଦ୍ଧ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର ଦୋଳ ପୂର୍ଣ୍ଣମୀ ଦିନ ସନ୍ଧ୍ୟାରେ ଦୋଳଗୋବିନ୍ଦଙ୍କ ପାରମ୍ପରିକ ଝୁଲଣ ଯାତ୍ରା, ସନ୍ଧ୍ୟା ଆରତୀ, ବେଢ଼ା ପରିକ୍ରମଣ ଆଦି ଅନୁଷ୍ଠିତ ହେବାପରେ ଅତିଥି ଦେବ ଭାବେ ଯୋଗ ଦେଇଥିବା ପ୍ରବଚକ ମୋହନ ପଣ୍ଡାଙ୍କ ଦ୍ଵାରା ପ୍ରବଚନ ଅନୁଷ୍ଠିତ ହୋଇଥିଲା । ପ୍ରବଚନ ପରେ ବାର୍ଷିକ ବିବରଣୀ ପାଠ, ଆୟବ୍ୟୟ ଅଟକଳ, ଭାଗବତ ପ୍ରଚାର ସମିତି, ପତିତପାବନ ସତସଙ୍ଘ ଓ ମନ୍ଦିର ପରିଚାଳନା କମିଟି ବସି ମନ୍ଦିରର ଚଳିତବର୍ଷର ଉନ୍ନୟନ ଦିଗରେ ଆଲୋଚନା ହୋଇଥିଲା । ଏହି ଅବସରରେ ଏକ ଆନନ୍ଦବଜାର ମଣ୍ଡପ ପରିସରରେ ଆୟୋଜିତ ହୋଇଥିଲା । ବହୁ ଭକ୍ତ ମହାପ୍ରଭୁଙ୍କ ପ୍ରସାଦ ସାରି ଆପ୍ୟାୟିତ ହୋଇ ସମସ୍ତଙ୍କ ମନରେ ଭକ୍ତି ଭାବାପନ୍ନରେ ଖୁସିର ଲହରୀ ଜମିଥିଲା ।

jittmm
Leave A Reply

Your email address will not be published.