oom

ହରିହର ଭେଟ ଅବସରରେ ଫଗୁଣ କବିତା ପାଠ ଓ ଶିଶୁ କବିତା ଗୁଚ୍ଛ କଳିକା ଉନ୍ମୋଚିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ହରିହର ଭେଟ ଅବସରରେ ଅଙ୍କୁର ସାହିତ୍ୟ ସଂସଦ ତରଫରୁ କବିତା ଆସର ଏବଂ ଶିଶୁ ସାହିତ୍ୟିକ ମଦନ ମୋହନ ରଥଙ୍କ ଚତୁର୍ଥ ଶିଶୁ କବିତା ଗୁଚ୍ଛ କଳିକାର ଉନ୍ମୋଚନ ସମାରୋହ ସଂସଦର ସଭାପତି କସ୍ତୁରୀ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ପାର୍ବଣରେ ମୁଖ୍ୟ ଅତିଥି ଭାବେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍‌ ସତ୍ୟବନ୍ତ ବେଦବାକ ଏବଂ ସଂସଦର ସଂପାଦକ ଡା. ଅଶୋକ କୁମାର ସେଠୀ ମଂଚାସୀନ ଥିଲେ । ଶିଶୁ କବିତା ଗୁଚ୍ଛ କଳିକାକୁ ଭୂୟସୀ ପ୍ରଶଂସା କରି ଶିଶୁ ସାହିତ୍ୟକୁ ପ୍ରଚାର ପ୍ରସାର କରିବାରେ ଓ ପିଲାମାନଙ୍କୁ ପ୍ରେରଣା ଦେବ ବୋଲି ମତବ୍ୟକ୍ତ କରିଥିଲେ । କଳିକାକୁ ସମୀକ୍ଷା କରିଥିଲେ କସ୍ତୁରୀ ରଥ । ଅନୁପ୍ରିୟା ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଅବସରରେ ନାମଯଜ୍ଞ ମିଶ୍ର, ହୃଷିକେଶ ପୁରୋହିତ, ବଳିଷ୍ଠ ପଧାନ, ରାଜ କିଶୋର ପଣ୍ଡା, ଜ୍ୟୋତିରାଣୀ ମିଶ୍ର, କବିତା ମିଶ୍ର, ତପସ୍ୱିନୀ ପସାୟତ, ଧିରେନ୍ଦ୍ର ନାରାୟଣ ସିଂହଦେଓ, ରତ୍ନମୟ ତ୍ରିପାଠୀ, ଧର୍ମବ୍ରତ ରଥ, କୃଷ୍ଣ ବିହାରୀ ସାହୁ, ବ୍ରହ୍ମାନନ୍ଦ ବନଛୋର, ରଶ୍ମି ପାତ୍ର, ନଳିନୀପ୍ରଭା ଶତପଥି, ଜ୍ୟୋର୍ତିମୟୀ ତ୍ରିପାଠୀ, ଶୁଭ୍ରକାନ୍ତୀ ଖମାରୀ, ଡ. ପ୍ରେମଚାନ୍ଦ ମହାନ୍ତି, ପଦ୍ମନାଭ ବାରିକ ଓ ସୁରଥ ସାହୁ । ବିଶେଷ ଅତିଥି ଭାବରେ ନୀଳମଣୀ ମିଶ୍ର ଓ ଜୟରାମ ମିଶ୍ର ଯୋଗ ଦେଇଥିଲେ । ସଭା ଶେଷରେ ଜ୍ୟୋତିରାଣୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ରାତିରେ ଭଗବାନ ରାଧାରାଣୀଙ୍କୁ ବିମାନରେ ବସାଇ ଘଣ୍ଟ ଶଙ୍ଖ ଓ ଯାତ୍ରିକ ଭଜନଗାନ କରି ଏକ ପଟୁଆରରେ ମାଲପଡା ରାମସ୍ୱାମୀ ମନ୍ଦିରକୁ ଯାଇଥିଲେ । ଆନନ୍ଦ ମଠରୁ ବାବା ଆଶୁତୋଷ ମଧ୍ୟ ବିରାଟ ପଟୁଆରରେ କିର୍ତ୍ତନ୍ୟ ମଣ୍ଡଳୀ ସହିତ ଆସିଥିଲେ । ସେଠାରେ ହରିହରଙ୍କ ବିଶେଷ ପୂଜାର୍ଚ୍ଚନା ସହିତ ହରିହର ଭେଟ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଦୁର୍ଗା ସାହୁ, କହ୍ନେଇ ଭରାସାଗର, ରାଜୁ ମିଶ୍ର, ଚୁଡେନ୍ଦ୍ର ବେହେରା, ପ୍ରଦୀପ ପଶାୟତ, କୋଶଳ ରଥ, ସୁନାଧର ବନଛୋର, ଜଗମୋହନ ରଥ ଓ ମୁନା ସାହୁ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.