oom

ସଡକ ଦୁର୍ଘଟଣା : ଯୁବକ ଆହତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ରେଙ୍ଗାଲୀ ଗାଁ ନିକଟରେ ଭାରସାମ୍ୟ ହରାଇ ବାଇକ୍‌ ଚାଳକ ଆହତ ହୋଇଥିବା ଜଣାପହିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଆଗଲପୁର ରେଙ୍ଗାଲୀ ଗାଁର ଦୀପକ ପୋଢ(୩୨) ନାମକ ଜଣେ ଯୁବକ ବାଇକ୍‌ରେ ଗାଧୋଇବା ପାଇଁ ଯାଉଥିବା ବେଳେ ରେଙ୍ଗାଲୀ ଛକ ନିକଟରେ ଭାରସାମ୍ୟ ହରାଇ ପଡିଯାଇଥିଲେ । ଫଳରେ ଦୀପକଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲର ସର୍ଜରି ୱାର୍ଡରେ ଭର୍ତ୍ତି କରାଯାଇଥିବା ଜଣାପଡିଛିି ।

jittmm
Leave A Reply

Your email address will not be published.