oom

ବିଜୁବାବୁଙ୍କ ୧୦୭ତମ ଜନ୍ମ ଜୟନ୍ତୀ ପାଳିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାମଚନ୍ଦ୍ରପୁର ମହାବୀର ମନ୍ଦିର ପ୍ରାଙ୍ଗଣରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ବିଜୁ ପଟ୍ଟନାୟକଙ୍କ ପ୍ରତି ମୂର୍ତ୍ତିରେ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥି ପୁଷ୍ପମାଲ୍ୟାର୍ପଣ କରି ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବିତରଣ କରି ସାଇକେଲ ଶୋଭାଯାତ୍ରା କରାଯାଇଥିଲା । ଏହି ଯାତ୍ରାରେ ଶହସ୍ରାଧିକ ବିଜେଡି ସମର୍ଥକମାନେ ସାମିଲ ହୋଇଥିଲେ । ବିଜେଡି ବ୍ଲକ ସଭାପତି ବୈରାଗୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଧାୟକ ଶ୍ରୀ ମହାରଥି, ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଶା ନିଶଙ୍କ, ଜିଲ୍ଲା ପରିଷଦ ସଭ୍ୟ ପ୍ରଜ୍ଞା ଛୋଟରାୟ, ପ୍ରସନ୍ନ କୁମାର ସାହୁ, ଦିପ୍ତିଶ୍ରୀ ରାଉତରାୟ, ଧରଣୀଧର ସାହୁ, ପୁରି ନିମାପଡା ସମବାୟ ବ୍ୟାଙ୍କ ସଭାପତି କିଶୋର ଛୋଟରାୟ, ସମବାୟବିତ୍‌ ଚିତ୍ରସେନ ନିଶଙ୍କ, ପିପିଲି ବ୍ଲକ ଅଧ୍ୟକ୍ଷା ଦେବଶ୍ୱିନୀ ନନ୍ଦ, ଉପାଧ୍ୟକ୍ଷ ତଥା ପିପିଲି ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ସ୍ୱାଇଁ, ନାରାୟଣ ସ୍ୱାଇଁ, ସମିତି ସଭ୍ୟ ପ୍ରଭାତ କୁମାର ଜେନା, ବିଜୁ ଛାତ୍ର ନେତା ସୁଦିପ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ବିଜୁବାବୁଙ୍କ ସ୍ମୃତିଚାରଣ କରିଥିଲେ । ବିଜୁଙ୍କ ଦେଶପ୍ରତି ଅବଦାନ ସମ୍ପର୍କରେ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.