csstore

ସ୍ୱର୍ଣ୍ଣ ପଦକ ବିଜୟୀ ବଡି ବିଲଡରଙ୍କୁ ସମ୍ବର୍ଦ୍ଧନା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : କର୍ଣ୍ଣାଟକର ମାଙ୍ଗାଲୋରଠାରେ ଚଳିତ ମାସ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ବଡି ବିଲଡିଙ୍ଗ ଚମ୍ପିୟାନସିପର ୭୫ ରୁ ୮୦ କି.ଗ୍ରା. ବର୍ଗରେ ପୁରୀର ଦିବ୍ୟ ଶୁଭ୍ରାଶିଷ ଚିନାରା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ସଫଳତା ପାଇଁ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀ ଚିନାରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ନିଷ୍ଠା, ଆନ୍ତରିକତା ଓ ପ୍ରତିବଦ୍ଧତାକୁ ବଜାୟ ରଖିବା ସହ ଜିଲ୍ଲା ତଥା ରାଜ୍ୟ ପାଇଁ ଆହୁରି ଅନେକ ଗୌରବ ଆଣିବା ପାଇଁ ସେ ଆଶା ବ୍ୟକ୍ତ କରିଥିଲେ । ଏହି ସମ୍ବର୍ଦ୍ଧନା ସମୟରେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ, ବାର ଆସୋସିଏସନ୍‌ର ସମ୍ପାଦକ ବିଭୁତି ଶଙ୍କର ତ୍ରିପାଠୀ, ପୂର୍ବତନ ସମ୍ପାଦକ ଶାରଦା ପ୍ରସାଦ ସାମଲ, ସୁରଜ ମଲ୍ଲ ସାହା କଲେଜର ପିଇଟି ହରିହର କର, ରଘୁନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.