ବାରପୁଡୁଗିଆ, (କେପିଏନ୍ଏସ୍) : ଆଜି ବାରପୁଡୁଗିଆ ପଞ୍ଚାୟତର ସାରସପିଟା ଗ୍ରାମରେ ବ୍ଲକ ପ୍ରଶାସନର ଗାଁକୁ ଚାଲ ଅଭିଯାନ ପୁନଃ ଆରମ୍ଭ ହୋଇଯାଇଛି । ବିଗତ ଦିନରେ ଏହା କରୋନା ଓ ଅନ୍ୟାନ୍ୟ କାରଣରୁ ବନ୍ଦ ଥିଲା । ତେବେ ଏହି କ୍ରମରେ ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗଙ୍କ ସହ ଅନ୍ୟ ସମିତି ସଭ୍ୟ ସଭ୍ୟା, ବିଡିଓ ଇପ୍ସିତା ପାତ୍ର, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ହୋତା, ସରପଞ୍ଚ ଏବଂ ବ୍ଲକର ସମସ୍ତ ବିଭାଗର ଅଧିକାରୀମାନେ ଯୋଗଦେଇ ଜନସାଧାରଣଙ୍କର ଅଭିଯୋଗ ଶୁଣିଥିଲେ ।