ନିଶାସକ୍ତ ଯୁବତୀଙ୍କୁ ଉଦ୍ଧାର କଲା ସଦର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ନିଶାସକ୍ତ ଯୁବତୀଙ୍କୁ ଉଦ୍ଧାର କଲା ବଲାଙ୍ଗିର ସଦର ପୋଲିସ । ଘଟଣା ଘଟିଛି ବଲାଙ୍ଗିର ପାଟଣାଗଡ ରାସ୍ତାର ଭୀମଭୋଇ ମେଡିକାଲ କଲେଜ ଛକ ନିକଟରେ । ସୂଚନା ଅୂସାରେ ଜଣେ ଯୁବତୀ ବେହୋସ ଅବସ୍ଥାରେ ପଡ଼ିଥିବା ଲୋକେ ଦେଖିବାକୁ ପାଇ ସ୍ଥାନୀୟ ଲୋକେ ସଦର ପୋଲିସକୁ ଖବର ଦେଇଥିଲେ । ସଦର ପୋଲିସର ପିସିଆର ଟିମ୍‌ ପହଂଚି ଯୁବତୀଙ୍କୁ ଉଦ୍ଧାର କରିଥିଲା । ଯୁବତୀ ଜଣକ ନିଶାସକ୍ତ ଅବସ୍ଥାରେ ଥିବା ଜଣାପଡିଥିଲା । ଅତ୍ୟଧିକ ନିଶା ଯୋଗୁଁ ଯୁବତୀ ଜଣକ କଥାବାର୍ତ୍ତା ମଧ୍ୟ କରି ପାରୁନଥିଲେ । ତେଣୁ ତାଙ୍କୁ ପୋଲିସ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲା । ହସ୍ପିଟାଲରେ ଯୁବତୀଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡିଛି । ଯୁବତୀ ଜଣକ ସମ୍ବଲପୁର ଯାମନକିରା ଅଂଚଳର ସଂଯୁକ୍ତା ଷାଣ୍ଢ ବୋଲି ଜଣାପଡିଛି । ଯୁବତୀ ଜଣକ ସମ୍ବଲପୁରରୁ କେମିତି ଆସିଲେ, ତାଙ୍କୁ ନିଶା ଦେଲା କିଏ, ନିଶାସକ୍ତ ଅବସ୍ଥାରେ ପକାଇ କେହି ଫେରାର ମାରିଛି କି ? ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.