ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

ଜରାସିଂହା, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୟୁଥ ରେଡକ୍ରସ୍‌ ତରଫରୁ ଏକ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାରେ ପ୍ରାଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ୟୁଥ୍‌ ରେଡ୍‌କ୍ରସ କାଉନସେଲର ପ୍ରାଧ୍ୟାପକ ଦୁର୍ବାଦଳ ଘିବେଲା କାର୍ଯ୍ୟକ୍ରମରେ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସଭାପତି ତଥା ପ୍ରାଧ୍ୟାପକ ଗୋବିନ୍ଦ ମେହେର ଅଗ୍ନି ନିରାପତ୍ତାର ଉପାଦେୟତା ବିଷୟରେ ମତ ରଖିଥିଲେ । ମୁଖ୍ୟ ଅତିଥି ଦେଓଗାଁ ଅଗ୍ନିଶମ ବିଭାଗ ଅଧିକାରୀ ଡୋଳାମଣି ଷାଣ୍ଢ ଅଗ୍ନି ନିରାପତ୍ତାର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ । ଅଗ୍ନିଶମ ବାହିନୀର ଅଧିକାରୀ ଡୋଳାମଣି ଷାଣ୍ଢ ଏବଂ ସହଯୋଗୀ ପାଞ୍ଚ ଜଣ ବ୍ରିଗେଡିୟର ଛାତ୍ରଛାତ୍ରୀମାନଙ୍କୁ ଅଗ୍ନି ନିର୍ବାପନର ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ବିମଳ କିଶୋର ସାହୁ, ଧୋବାଇ ଚରଣ ପଟେଲ, ଶୁଭଶ୍ରୀ ସାହୁଙ୍କ ସମେତ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.