oom

ବେଦବ୍ୟାସ ଗୁରୁକୁଳ ବୈଦିକ ଆଶ୍ରମର ୬୩ତମ ବାର୍ଷିକୋତ୍ସବ

jsmm
  • ଋଷିବୋଧ ଉତ୍ସବ ଓ ଋଗ୍‌ବେଗ ପାରାୟଣ ମହାଯଜ୍ଞ

ରାଉରକେଲା, (ସସ୍ମିତା ପ୍ରଧାନ) : ବେଦବ୍ୟାସ ଗୁରୁକୁଳ ବୈଦିକ ଆଶ୍ରମର ୬୩ତମ ବାର୍ଷିକୋତ୍ସବ ଗତ ୧୭, ୧୮ ଓ ୧୯ ତାରିଖ ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଋଷିବୋଧ ଉତ୍ସବ ଓ ଋଗ୍‌ବେଗ ପାରାୟଣ ମହାଯଜ୍ଞ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମନ୍ତ୍ରଦ୍ରଷ୍ଟା, ଯୁଗପୁରୁଷ ସିଦ୍ଧଯୋଗୀ ଭାରତୀୟ ନବଜାଗରଣର ପୁରୋଧା ମହର୍ଷି ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଓ କର୍ମଯୋଗୀ ଉତ୍କଳ ବରପୁତ୍ର, ଗୁରୁକୁଳ ବୈଦିକ ଆଶ୍ରମ ତଥା ଅନେକ ଗୁରୁକୁଳ ଏବଂ ସେବା ସଂସ୍ଥାର ସଂସ୍ଥାପକ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ପ୍ରମୁଖ ଯୋଗଦାନ କରି ସମାଜ ପ୍ରତି ନିଜ ନିଜର ଦୃଷ୍ଟିଭଙ୍ଗିକୁ ଶ୍ରଦ୍ଧାଳୁମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଶ୍ରମର ପରିଚାଳନା କମିଟି ସଦସ୍ୟଙ୍କ ମଧ୍ୟରେ ମୁଖ୍ୟ ଅଧିଷ୍ଠାତା ତଥା ସଭାପତି ଆଚାର୍ଯ୍ୟ ଡ. ଦେବବ୍ରତ, ସମ୍ପାଦକ ରାମ ଚନ୍ଦ୍ର ସାହୁ, ଟ୍ରଷ୍ଟି ଅକ୍ଷେଶ୍ୱର ଧରୁଆ, ଶଚ୍ଚିନ୍ଦ୍ର କୁମାର ସ୍ୱାଇଁ, ଅଶୋକ କୁମାର ଅଗ୍ରୱାଲ, ସଦସ୍ୟ ଡ. କୁମ୍ଭେନ୍ଦୁ ପଟେଲ, ଡ.ବୁଦ୍ଧେଶ୍ୱର ଷଡଙ୍ଗୀ, ବିଭୀଷଣ ବାରିକ, ପଦେନ ସଦସ୍ୟ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଉପାଧ୍ୟାୟ ଶାସ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି ଏହାର ସୁପରିଚାଳନା କରିଥିଲେ । ଏହି ଅବସରରେ ବହୁ ବୈଦିକ ଶ୍ରଦ୍ଧାଳୁମାନଙ୍କ ସମାଗମ ଦେଖିବାକୁ ମିଳିଥିଲା ।

jittmm
Leave A Reply

Your email address will not be published.