କୁଟୁମଡୋଲା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ କହଁର-୨୦୨୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଟୁମଡୋଲା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ କହଁର-୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୁରୁବାଳା ଦେବୀ ଅଧ୍ୟକ୍ଷତା କରିଥିବା ବେଳେ ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ‘କୋଶଳ ପ୍ରବାହ’ର ସମ୍ପାଦକ ଆନନ୍ଦ ଚନ୍ଦ୍ର ସାହୁ ଏବଂ ସମ୍ମାନିତ ଅତିଥି ଭାବେ କୁଟୁମଡୋଲା ସରପଞ୍ଚ ଶ୍ରୀମତୀ ସସ୍ମିତା ସିଂହଦେଓ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଗୋଲାପ ବାଗ, ସମିତି ସଭ୍ୟା ଶ୍ରୀମତୀ କୁନି ବାଗ ଓ ଅମରଜ୍ୟୋତି ମହାବିଦ୍ୟାଳୟର ଅଧ୍ୟାପକ ବିନୟ କୁମାର ଦାଶ ଯୋଗଦାନ କରିଥିଲେ । ସଭା ପ୍ରାରମ୍ଭରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବିଦ୍ୟାଳୟର ବରିଷ୍ଠ ଶିଷକ ରବୀନ୍ଦ୍ର ଠେଟୁଆଲ ସଭା ପରିଚାଳନା କରିଥିଲେ । ବିଭିନ୍ନ ଦିଗରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ କଂପି ଉଠିଥିଲା ବିଦ୍ୟାଳୟ ମଞ୍ଚ । ଶିକ୍ଷକ ଅମ୍ବୁଜ କୁମାର ପଟେଲ ଓ ପୀତାମ୍ବର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱ ଗ୍ରହଣ କରିଥିଲେ । ଶିକ୍ଷୟତ୍ରୀ ଅର୍ଚ୍ଚନା ମହାପାତ୍ର ଓ ପ୍ରେମଶିଳା ସାହୁ ଆତିଥ୍ୟ ପ୍ରଦାନ ଦାୟିତ୍ୱ ନେଇଥିବା ବେଳେ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଓ ସ୍କୁଲ କର୍ମଚାରୀମାନେ କାର୍ଯ୍ୟକ୍ରମରେ ବିଶେଷ ସହଯୋଗ କରିଥିଲେ ।

Leave A Reply

Your email address will not be published.