ଜାତୀୟ ପ୍ରତଯୋଗିତା ପାଇଁ ରାଜ୍ୟ ଦଳ ଚୟନ ଶିବିର ଉଦ୍‌ଘାଟନ କଲେ ଅମରେନ୍ଦ୍ର

  • ସାରା ରାଜ୍ୟରୁ ଯୋଗଦେଲେ ୧୯ ଖେଳାଳି ଓ ଜାତୀୟ ସ୍ତରର କୋଚ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପିଆର ହାଇ ସ୍କୁଲ ଇନଡୋର ଷ୍ଟାଡିଅମଠାରେ ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ଦଳ ପାଇଁ ଜାତୀୟ ସିନିଅର ପ୍ରତିଯୋଗିତାରେ ଭାଗ ନେବା ପାଇଁ ଏକ ପ୍ରସ୍ତୁତି ଓ ଚୟନ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ଦ୍ୱାରା ଆୟୋଜିତ ଏହି ଶିବିରକୁ ବଲାଙ୍ଗିର ତଥା ରାଜ୍ୟର ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର ଉଦ୍‌ଘାଟନ କରିଥିଲେ । ଗତ ଜାନୁଆରୀ ମାସରେ ବଲାଙ୍ଗିରରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସିନିଅର ବ୍ୟାଡମିଣ୍ଟନ ଚମ୍ପିଆନସିପର ବଛା ବଛା ୧୯ ଜଣ ଖେଳାଳି ଏହି ଶିବିରରେ ଯୋଗ ଦେଇଛନ୍ତି । ପୁରୁଷ ବର୍ଗରୁ ପାରସ ମାଥୁର, ସୁମନ ମହନ୍ତ, ଆର୍ଯ୍ୟା ମାଝୀ, ସ୍ୱାଧୀନ ଗୌଡ, ଅନିର୍ବାନ ମଣ୍ଡଳ, ଅଭିଜିତ ମହାରଣା, ଅମ୍ରିତ ମହାନ୍ତି, ଅବିନାଶ ମହାନ୍ତି, ଅମ୍ଳାନ କେଶରୀ ଗଡନାୟକ, ତନ୍ମୟ ସାହୁ ଇତି ୧୧ଜଣ ଓ ମହିଳା ବର୍ଗରୁ ଶୃତି ସ୍ୱାଇଁ, ଗୀତାଶ୍ରୀ ଦେ, ହର୍ଷିତା ରାଉତ, ସ୍ୱାଗତିକା ରାଉତ, ବିଶାଖା ଟପ୍‌ପୋ, ବିଶାଖା ନାଏକ, ପୂର୍ବା ପ୍ରତ୍ୟାଷା ପଣ୍ଡା, ଅନୁଜା ଦାଶ ମହାପାତ୍ର ଓ ଯଶଶ୍ରୀ ସାମଲ ଆଦି ୮ ଜଣ ଖେଳାଳି ଯୋଗଦାନ କରିଛନ୍ତି । ଉଦଘାଟନୀ ଉତ୍ସବରେ ନିଜ ବକ୍ତବ୍ୟରେ ଶ୍ରୀ ମିଶ୍ର ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ଏହି ଶିବିରରୁ ଖେଳାଳିମାନଙ୍କ ଭିତରେ ଟିମ୍‌ ସ୍ପିରିଟ ନିଶ୍ଚିତ ଭାବେ ଜାଗ୍ରତ ହେବ । ଆଶା କରେ ଆଗାମୀ ଜାତୀୟ ପ୍ରତିଯୋଗିତାରେ ଏଠାରୁ ବାହାରି ଥିବା ଖେଳାଳି ନିଶ୍ଚିତ ଭାବରେ ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି କହିଥିଲେ । ସପ୍ତାହବ୍ୟାପୀ ହେବାକୁ ଥିବା ଏହି ଶିବିରର ଉଦ୍‌ଘାଟନୀ ଉତ୍ସବକୁ ଶିବିରର ସାଂଗଠନିକ ସଂପାଦକ ସୁରୁଲାଲ ମଟାରୀ ସଂଯୋଜନା କରିଥିବା ବେଳେ ରାଜ୍ୟ ସଂପାଦକ, ଜାତୀୟ ସ୍ତରର କୋଚ ସଚିନ ରାଣା, ଜିଲ୍ଲା ସଂଘ ସଭାପତି ଗୋପାଳ ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଉପସଭାପତି ଘନଶ୍ୟାମ ମିଶ୍ର ମଞ୍ଚାସୀନ ଥିବା ବେଳେ ଶିବିରକୁ ସଫଳ କରିବା ପାଇଁ ଅନ୍ତ ବେହେରା, ସୁରେନ୍ଦ୍ର ନେପାଲ, ଆଶିଷ ଉପାଧ୍ୟାୟ, ସୁଧିର ପଣ୍ଡା, ବିରେନ୍ଦ୍ର ମିଶ୍ର, ସୁଶାନ୍ତ ଚୋପଦାର, ବାସୁଦେବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.