ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଂପର୍କିତ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍ ତରଫରୁ ମହାବିଦ୍ୟାଳୟର ହଷ୍ଟେଲ ନମ୍ବର ୩ ଠାରେ ରହୁଥିବା ଅନ୍ତେବାସୀମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ସହ ଡାକ୍ତରଙ୍କ ସହ ଭାବବିନିମୟ କାର୍ଯ୍ୟକ୍ରମ କରାଯାଇଥିଲା । ଆଲୁମନି ଆସୋସିଏସନ୍‌ର ଆବାହକ ଆଇନଜୀବୀ ଗିରିଶ ମହାପାତ୍ରଙ୍କ ଆବାହକତ୍ୱ ଓ ପରିଚାଳନା କମିଟିର ଅଧ୍ୟକ୍ଷ ଡ. ସମର ମୁଦାଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡାକ୍ତର ସୁଧାରାଣୀ ପ୍ରଧାନ ଓ ଡାକ୍ତର ସୁନିତା ସାମଲ ଯୋଗଦେଇ ଅନ୍ତେବାସୀମାନଙ୍କ ସହିତ ଭାବବିନିମୟ ସହ ସ୍ୱାସ୍ଥ୍ୟ ସଂପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାସହ ପରୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଜୟ କୁମାର ବେହେରା, ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଅଧ୍ୟାପକ ପ୍ରଦୀପ ଖେସ, ସହ ସୁପରିଟେଣ୍ଡେଣ୍ଟ ଅନିତା ଜୈନ, ଅଧ୍ୟାପିକା ଡ. ପ୍ରେମଲତା ଖଣ୍ଡୁଆଳ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଆବାହକ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!