ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଏବେ ଅପରାଧୀଙ୍କ ଗଡ ପାଲଟିଲାଣି । ଏଠି ଦିନ୍‌ ଦାହାଡା କେତେବେଳେ ଖଣ୍ଡା ବୁଳୁଛି ତ ଆଉ କେତେବେଳେ ଜମିଜମା ମାମଲାକୁ ନେଇ ଫୁଟୁଛି ଗୁଳି । ପୁଣି କେତେବେଳେ ବିଶ୍ୱବିଦ୍ୟାଳୟ ପରିସରକୁ ପଶି ଦୁବୃର୍ତ୍ତ ଭିଆଉଛି ବିଭତ୍ସ ଆକ୍ରମଣ । ଏଥିପାଇଁ ଏବେ ଭୟରେ ଥରୁଛନ୍ତି ସାରା ସହରବାସୀ । ତେବେ ଏହି ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଓ ବିଶ୍ୱବିଦ୍ୟାଳୟ ପରିସରରେ ପୋଲିସ ଫାଣ୍ଡି ଦାବୀରେ ଆଜି ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ବଢୁଥିବା ଅପରାଧର ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ଓ ପୋଲିସ ଡିଜି ସୁନିଲ ବଂଶଲଙ୍କ କୁଶପୁତ୍ତଳିକା ଦାହ କରିଥିଲା ଜିଲ୍ଲା ଛାତ୍ର କଂଗ୍ରେସ କମିଟି । ତେବେ ଏହି ବିକ୍ଷୋଭ ସମୟରେ ଜିଲ୍ଲା ଛାତ୍ର କଂଗ୍ରେସ କମିଟିର ସଭାପତିଙ୍କ ସହ ଅନେକ ଛାତ୍ରନେତା ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଅନେକ ଛାତ୍ରମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!