ଶିଳ୍ପପତି ନବୀନ ଜିନ୍ଦଲଙ୍କୁ ‘ନାଗା’ ଭେଟି ଦେଲେ ଶାଶ୍ୱତ ରଞ୍ଜନ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଖ୍ୟାତନାମା ଶିଳ୍ପପତି ନବୀନ ଜିନ୍ଦଲଙ୍କ ପୁରୀ ଗସ୍ତ ଅବସରେ ପୁରୀ ମାଟିର ବୀରତ୍ୱକୁ ପ୍ରତିପାଦିତ କରୁଥିବା ‘ନାଗା’ ତାଙ୍କୁ ଉପହାର ଦିଆଯାଇଛି । ଦିଆସିଲି କାଠିରେ ବିଭିନ୍ନ କଳାକୃତି କରି ଯଶ ଅର୍ଜନ କରିଥିବା ଶାଶ୍ୱତ ରଞ୍ଜନ ସାହୁ ସିଂହଦ୍ୱାର ନିକଟରେ ଭେଟି ତାଙ୍କୁ ଏହି ଦିଆସିଲି କାଠିରେ ନିର୍ମିତ ନାଗା ମୂର୍ତ୍ତି ଉପହାର ଦେଇଛନ୍ତି । ସମୁଦାୟ ୪୭୨୭ଟି କାଠିରେ ଏହି ମୂର୍ତ୍ତି ପ୍ରସ୍ତୁତ ହୋଇଛି । ଏହାର ଉଚ୍ଚତା ୨୨ ଇଞ୍ଚ ଓ ଚଉଡ଼ା ୧୪ ଇଞ୍ଚ ରହିଛି । ମୋଟ ୨୩ ଦିନରେ ସେ ଏହାକୁ ପ୍ରସ୍ତୁତ କରିଥିଲେ ।

Leave A Reply

Your email address will not be published.

error: Content is protected !!