ଅଟେଇ ଜଙ୍ଗଲରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି

ଆନନ୍ଦପୁର : ଆନନ୍ଦପୁର ସୀମାନ୍ତ ଘଟଗାଁ ଅଟେଇ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଜଙ୍ଗଲରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି ମଧ୍ୟ ଅଗ୍ନିକାଣ୍ଡରେ ପ୍ରଭାବିତ ହୋଇଛନ୍ତି । କେହି ଦୁର୍ବୃତ୍ତ ଅଗ୍ନିକାଣ୍ଡ ଘଟାଇଥିବା ବେଳେ ଶୁଖିଲା ଗଛ ପତ୍ର ଯୋଗୁ ନିଆଁ ବ୍ୟାପକ ଅଞ୍ଚଳ ମାଡି ଯାଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କୁହାଯାଉଛି । ତେବେ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ କରିବା ପାଇଁ ସ୍ୱତନ୍ତ୍ର ସ୍କ୍ବାର୍ଡର ବ୍ୟବସ୍ଥା ହୋଇଥିବା ଆନନ୍ଦପୁର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇ କହିଛନ୍ତି । ଉକ୍ତ ବନଖଣ୍ଡ ଅଂଶ ଆନନ୍ଦପୁର ବନଖଣ୍ଡ ଅଧୀନରେ ରହିଥିବା ବେଳେ ଅନ୍ୟ ଅଂଶ କେନ୍ଦୁଝର ବନଖଣ୍ଡ ଅଧୀନରେ ରହିଛି ।

Leave A Reply

Your email address will not be published.