ରାଜ୍ୟସ୍ତରୀୟ ଦଶମ ବାର୍ଷିକ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ

  • ଫାଇନାଲ୍‌ରେ ଫ୍ରେଣ୍ଡସ ପାରାଡ଼ାଇଜ ଫୁଟବଲ କ୍ଲବ ଚାମ୍ପିୟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୋଡ଼ିପୁଟ ମାଟିଆପଡା ପଞ୍ଚାୟତ ଅନ୍ତର୍ଗତ ହରିପୁର ଗ୍ରାମର ଖେଳ ପଡିଆରେ ବୁଦ୍ଧ ନାରାୟଣ ସ୍ପୋର୍ଟ୍ସ ଆଣ୍ଡ କଲ୍‌ଚରାଲ୍‌ ଆସୋସିଏସନ ଆନୁକୂଲ୍ୟରେ ଦଶମ ବାର୍ଷିକ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ ଦିବସରେ ଅର୍ଥାତ ଫାଇନାଲ୍‌ ମ୍ୟାଚ୍‌ ନୀଳାଚଳ ଫୁଟବଲ କ୍ଲବ (ପୁରୀ) ବନାମ ଫ୍ରେଣ୍ଡସ ପାରାଡାଇଜ ଫୁଟବଲ କ୍ଲବ (କୁସୁମାଟି) ମଧ୍ୟରେ ଖେଳା ଯାଇଥିଲା । ଏହି ମ୍ୟାଚ୍‌ଟି ଅତି ସଂଘର୍ଷପୂର୍ଣ୍ଣ ହୋଇଥିଲା । ପ୍ରଥମାର୍ଦ୍ଧ ଖେଳର ୧୫ ମିନିଟ ସମୟରେ ନୀଳାଚଳ କ୍ଲବର ୦୯ ନମ୍ବର ଖେଳାଳି ବଳଭଦ୍ର ସ୍ୱାଇଁ ପ୍ରଥମ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ । ଦ୍ଵିତୀୟାର୍ଦ୍ଧର ୨୦ ମିନିଟ ସମୟରେ ଫ୍ରେଣ୍ଡସ ପାରାଡାଇଜର ଖେଳାଳି ସୁଜିତ ପାନ୍ନା ଗୋଲ ଦେଇ ଦଳକୁ ସମାନ ସ୍ତରକୁ ଆଣିଥିଲେ । ଶେଷରେ ଖେଳଟି ଶେଷ ହୋଇଥିଲା । ଖେଳର ନିୟମ ଅନୁଯାୟୀ ୨ ଦଳ ମଧ୍ୟରେ ପେନାଲ୍ଟି ସୁଟ ଆଉଟ ପଦ୍ଧତି ଗ୍ରହଣ କରାଯାଇଥିଲା । ପେନାଲ୍ଟି ସୁଟ ଆଉଟରେ ଫ୍ରେଣ୍ଡସ ପାରାଡାଇଜ ୦୫/୦୪ ଗୋଲରେ ନୀଳାଚଳ କ୍ଲବକୁ ପରାସ୍ତ କରି ଚମ୍ପିୟାନ ହୋଇଥିଲା । ଏହି ଖେଳକୁ ମୁଖ୍ୟ ରେଫରି ରୂପେ ରମେଶ ପାଇକରାୟ, ଲାଇନ୍ସ ମ୍ୟାନ୍‌ରେ ସହଯୋଗ କରିଥିଲେ ସୌମ୍ୟକାନ୍ତ ପଟ୍ଟନାୟକ ଏବଂ ବିପିନ ସାମନ୍ତରାୟ, ଚତୁର୍ଥ ରେଫରି ଭାବେ ରବୀନ୍ଦ୍ର କୁମାର ଜେନା ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ପିପିଲି ବିଧାୟକ ରୁଦ୍ର ପ୍ରସାଦ ମହାରଥୀ ଏବଂ ହରିପୁର ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ବିଜୟୀ ଦଳକୁ ନଗଦ ୫ ହଜାର ଟଙ୍କା ସହ ଟ୍ରଫି ଏବଂ ରନର୍ସ ଅପ ଦଳକୁ ନଗଦ ୩ ହଜାର ଟଙ୍କା ପ୍ରଦାନ କରିଥିଲେ ।

Leave A Reply

Your email address will not be published.