csstore

ଧମଣାସରରେ ମା’ ଭୈରବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବଲାଙ୍ଗିର, (ଦେବାଶି ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଧମଣାସର ଗ୍ରାମରେ ମା’ ଭୈରବୀଙ୍କ ମନ୍ଦିର ପ୍ରତିଷ୍ଠା ଏବଂ ପୂଜନୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ଗତ ୪ ତାରିଖରୁ ଆରମ୍ଭ ହୋଇ ୧୧ ତାରିଖ ଦିନ ଉଦ୍‌ଯାପିତ ହୋଇଯାଇଛି । ୧୦ ତାରିଖ ଦିନ ମା’ଙ୍କର ବିଗ୍ରହ ମୂର୍ତ୍ତି ମନ୍ଦିରରେ ସ୍ଥାପନ କରାଯାଇଥିଲା । ଏହି ଉତ୍ସବରେ ୭ ଦିନ ବ୍ୟାପୀ ଭାଗବତ ସପ୍ତାହ, ୧୬ ପ୍ରହର ନାମ ସଙ୍କିର୍ତ୍ତନ୍ୟ, ପ୍ରବଚନ, ଭଜନ ସମାରୋହ, ମୀନାବଜାର ଅନୁଷ୍ଠିତ ହୋଇଯାଇଛି । ଶେଷ ଦିନରେ ସଂଯୋତ କଳାକେନ୍ଦ୍ର ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି ଉତ୍ସବକୁ ସଭାପତି ବିଷ୍ଣୁ ପ୍ରସାଦ ମିଶ୍ର, ଉପସଭାପତି କନ୍ଦର୍ପ ଖମାରୀ, ସଂପାଦକ ବଂଶୀଧର ମିଶ୍ର, ସହସଂପାଦକ ଯଦୁମଣି ଶବର, କୋଷାଧ୍ୟକ୍ଷ ସଂଜୟ ଥନାପତି, ପୀତବାସ ନାଏକ, କାର୍ତ୍ତିକ ଜାଲ, ବେଦବ୍ୟାସ ନାଏକ, ଯୁବନେତା ରାମ ପ୍ରସାଦ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ଯଜ୍ଞକର୍ତ୍ତା କନ୍ଦର୍ପ ଖମାରୀ, ସପ୍ତାହ କର୍ତ୍ତା ଟିମା ନାଏକ, ନାମଯଜ୍ଞ କର୍ତ୍ତା କାର୍ତ୍ତିକ କପାଟ ଦାୟିତ୍ୱ ନିର୍ବାହ କରିଥିଲେ । ନନ୍ଦିକିଶୋର ସୁନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାତା ଭୈରବୀ ମନ୍ଦିର ନିର୍ମାଣ କରାଯାଇଥିଲା ଏବଂ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.