ବାରପୁଡୁଗିଆ ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରବି କୁମୁରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅମୃତା କର, ସ୍କୁଲ ଚେୟାରମେନ ବିଭୁକଲ୍ୟାଣ ନାଗ, ଇଂ. ରଶ୍ମିତା ମହାନ୍ତି, ସଂଗଠକ ରାମ ପ୍ରସାଦ ମିଶ୍ର, ନରସିଂହ ପ୍ରଧାନ, ଯଜେ୍ଞଶ୍ୱର ସାଏ ପ୍ରମୁଖ ଯୋଗ ଦେଇଥିଲେ । ଗ୍ରାମର ସାମାଜିକ କର୍ମୀ ଜୟକୃଷ୍ଣ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ଚୈତନ୍ୟ ସା, ସନ୍ତୋଷ ନାରାୟଣ ମିଶ୍ର, ବିଘ୍ନରାଜ ସାଏ, ବିଜୟ ମହଲା, ଲବ ନାଗ, ଘାସିରାମ ଭୋଇ, ସ୍ୱୟଂ ସହାୟକ ଗୋଷ୍ଠୀ, ଗ୍ରାମ୍ୟ ଜଳଯୋଗାଣ ଯନ୍ତ୍ରୀ ଶ୍ରୀ ରାଉତ ଏବଂ ଅଶୋକ ଭୁୟାଁ ସହଯୋଗ କରିଥିଲେ । ଗାଁରେ ପିଇବା ପାଣି ଏବଂ ଉଚ୍ଚ ବିଦ୍ୟାଳୟ ସ୍ଥାପନ କରିବା ନିମନ୍ତେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଧାୟକ ଉପସ୍ଥିତ ଜଳଯୋଗାଣ ଯନ୍ତ୍ରୀଙ୍କୁ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.