csstore

ତୁର୍କୀ ଓ ସିରିୟା ଭୂମିକମ୍ପରେ ନିହତ ଓ ପ୍ରପୀଡ଼ିତଙ୍କ ନିମନ୍ତେ ବ୍ରହ୍ମପୁରରେ ଦୀପ ଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ତୁର୍କୀ ଓ ସିରିୟାରେ ବିଶ୍ଵର ବଡଧରଣର ଭୂମିକମ୍ପ ହୋଇ ହଜାର ହଜାର ଲୋକ ନିହତ ହୋଇଥିଲେ ଏବଂ ଲକ୍ଷ ଲକ୍ଷ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମୃତ୍ୟୁବରଣ କରିଥିବା ଲୋକଙ୍କ ଏବଂ ଆହତଙ୍କ ଉଦ୍ଦେଶ୍ୟରେ ଶନିବାର ବ୍ରହ୍ମପୁର ମହାନଗର ସ୍ଥ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ ମହାନ୍ ସଙ୍ଘ ଓ ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ଗଞ୍ଜାମ ଶାଖା ପକ୍ଷରୁ ଦୀପ ପ୍ରଜ୍ଵଳନ କରାଯାଇ ସ୍ୱର୍ଗୀୟ ଆତ୍ମୀୟଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ସେମାନଙ୍କର ସଦ୍‌ଗତି କାମନା କରାଯାଇଛି । ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ବ୍ରହ୍ମପୁରବାସୀ । ଉଭୟ ଅନୁଷ୍ଠାନର ମୁଖ୍ୟ ସମାଜସେବୀ ସୁଶାନ୍ତ କୁମାର ସାବତ ଦୀପ ପଜ୍ୱଳନ କରି ମାନବିକ ଦୃଷ୍ଟି କୋଣରୁ ତୁର୍କୀ ଓ ସିରିୟାର ଏପରି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜାତି ଧର୍ମ, ବିଦ୍ୱେଷଭାବ ନ ରଖି ସମସ୍ତଙ୍କର ସହଯୋଗ ଓ ଆଶୁ ଆରୋଗ୍ୟ କମାନା କରିଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ପ୍ରଥମେ ସହଯୋଗର ହାତ ବଢ଼ାଇଥିବା ଅତି ପ୍ରସଂଶନୀୟ ବୋଲି ସଂଘର କର୍ମକର୍ତ୍ତା ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଚକ୍ରଧର ସାହୁ, ଯୋତିନ୍ଦ୍ର ପ୍ରସାଦ ସାହୁ, ପ୍ରକାଶ ଭାଜନି, ବରିଷ୍ଠ ସାମ୍ବାଦିକ ଗୋପାଳ ପଟ୍ଟନାୟକ, ନାରାୟଣ ମହାଙ୍କୁଡ, ଲକ୍ଷ୍ମନାରାୟଣ ନାୟକ, ପି. ରମା ରାଓ ସୁବୁଦ୍ଧି, ଶ୍ରୀମତୀ ପୁଷ୍ପାଞ୍ଜଳି ନାୟକ, ପ୍ରଣବ କୁମାର ପଣ୍ଡା, ପି. କୋମଲି, ଶ୍ରୀକାନ୍ତ ସାବତ, ମଧୁ ମହାରଣା, ଜିତୁ ମହାରଣାଙ୍କ ସମେତ ବହୁ ସଦସ୍ୟ ଯୋଗଦେଇଥିବା ବେଳେ ସିମାଞ୍ଚଳ ପାଣିଗ୍ରାହୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

jayashree
Leave A Reply

Your email address will not be published.