ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ରାଉରକେଲା ପ୍ରତିଯୋଗୀଙ୍କ କୃତିତ୍ୱ ହାସଲ

ରାଉରକେଲା, (ସସ୍ମିତା ପ୍ରଧାନ) : ମହିରା ସୁତକାନେ କରାଟେ ଆସୋସିଏସନ୍‌ର ୬ଷ୍ଠ ଆନ୍ତର୍ଜାତୀୟ କରାଟେ ଚମ୍ପିୟାନସିପ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ସ୍ୱର୍ଣ୍ଣଭାରତୀ ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଭାଇଜାଗର ବିଧାୟକ ପି ଜି ଭିଆର ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିବା ବେଳେ ଏଥିରେ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଯଥା ନେପାଳ, ଭୁଟାନ, ଶ୍ରୀଲଙ୍କା, ଦକ୍ଷିଣ କୋରିଆ, ବାଙ୍ଗଲାଦେଶ ଓ ନାଇଜେରିଆର ଖେଳାଳିମାନେ ଅଂଶଗ୍ରହଣ କରିଥିଲେ । ଓଡିଶାର ସିତୋରିଓ କରାଟେ ରାଉରକେଲା ତରଫରୁ ୭ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । କୋଚ ଧର୍ମେନ୍ଦ୍ର ସିଂଙ୍କ ଦିଗଦର୍ଶନ ଓ ଶିବପ୍ରସାଦ ନାଥଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନାରାୟଣ ପ୍ରଧାନ କାତା ଓ କୁମିତ୍ୱରେ ସ୍ୱର୍ଣ୍ଣ ପଦକ, ଆୟୁଷ୍ମାନ ବେହେରା କାତାରେ ସ୍ୱର୍ଣ୍ଣ ଓ କୁମିତ୍ୱରେ ବ୍ରୋଞ୍ଜ, ସନ୍ଦିପ ବିଶ୍ୱାଳ କାତାରେ ବ୍ରୋଞ୍ଜ ଓ କୁମିତ୍ୱରେ ରୌପ୍ୟ, ଆଲୋକ ପ୍ରଧାନ ଉଭୟ କାତା ଓ କୁମିତ୍ୱରେ ବ୍ରୋଞ୍ଜ, ସୁଶାନ୍ତ ବିଶ୍ୱାଳ ଉଭୟ କାତା ଓ କୁମିତ୍ୱରେ ରୌପ୍ୟ, ମହମ୍ମଦ ଅମିନ ଉଭୟ କାତା ଓ କୁମିତ୍ୱରେ ବ୍ରୋଞ୍ଜ, ରକି ଖାଡିଆ କାତାରେ ରୌପ୍ୟ ଓ କୁମିତ୍ୱରେ ବ୍ରୋଞ୍ଜ ପଦକ ହାସଲ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି । ସୂଚନା ଯୋଗ୍ୟ ଯେ, ଏହି ପ୍ରତିଯୋଗିତାରେ ପ୍ରାୟ ୧୧ଶହ ଖେଳାଳି ଅଂଶଗ୍ରହଣ କରିଥିବା ବେଳେ ରାଉରକେଲାର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.