ବରପାଲିପଡାର କଫସିରଫ ବେପାରୀକୁ ଗିରଫ କଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ବଲାଙ୍ଗିର ସହରରେ କଫସିରଫ ଚୋରା ଚାଲାଣ ମାମଲା ବଢି ବଢି ଚାଲିଥିବା ବେଳେ ବଲାଙ୍ଗିର ଟାଉନ ପୋଲିସ ସହରର ବରପାଲିପଡା ଠାରେ ଚଢାଉ କରି ଦଫା-୨୭୪/୨୭୫ ଭା.ଦ.ଆରେ ଜଣେ ଯୁବକଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୨୬ଟି ସିଲ ଥିବା ଏସକଫ କଫସିରଫ ବୋତଲ ଓ ଅପ୍ୟ ନିଶା ସାମାଗ୍ରୀକୁ ପୋଲିସ ଜବତ କରିଥିଲା । ପୋଲିସ ଦ୍ୱାରା ଗିରଫ ହୋଇଥିବା ଯୁବକ ଜଣକ ବରପାଲିପଡାର ମଣ୍ଟୁ ଜେନା ବୋଲି ଜଣାପଡିଛି । ଗିରଫ ପରେ ଯୁବକ ଜଣଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରିଣୀ କେ. ପ୍ରିୟଙ୍କା ରାଉତ ରାୟ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

error: Content is protected !!