ଜାମସରଠାରେ ସାଇକେଲକୁ ପଛପଟୁ ଧକ୍କା ଦେଲା ବାଇକ୍‌ : ୨ ଗୁରୁତର ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ବରଗଡ ରାସ୍ତା ଜାମସରଠାରେ ଏକ ସଡକ ଦୁର୍ଘଟଣା ଘଟି ଦୁଇ ଜଣ ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲଠାରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ, ଟେଭାଡୁଙ୍ଗୁରୀର ବାଇକ୍‌ ଆରୋହୀ ସୂର୍ଯ୍ୟକାନ୍ତ ବରିହା ବଲାଙ୍ଗିରରୁ ଫେରୁଥିବା ସମୟରେ ଜାମସରଠାରେ ସେଠାକାର ସାଇକେଲ ଆରୋହୀ ନନ୍ଦୁ ବଗର୍ତ୍ତୀଙ୍କୁ ପଛପଟୁ ଧକ୍କା ଦେଇଥିଲେ । ଫଳରେ ବାଇକ୍‌ ଆରୋହୀ ସୂର୍ଯ୍ୟକାନ୍ତ ଓ ସାଇକେଲ ଅରୋହୀ ନନ୍ଦୁ ଦୁହେଁ ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ଠାରେ ଭର୍ତ୍ତି ହୋଇଛନ୍ତି ।

Leave A Reply

Your email address will not be published.

error: Content is protected !!