ପଞ୍ଚସଖା ଜଳ ବିଭାଜିକା କମିଟି ତରଫରୁ ଚାଷୀ ସମାବେଶ ଆୟୋଜିତ

ବଲାଙ୍ଗିର, (କେପିଏନ୍ଏସ୍‌) : ଆଜି ପଞ୍ଚସଖା ଜଳ ବିଭାଜିକା କମିଟି ଭାଲୁଜୁରି, ଭାଲୁପିଟା, ରେଙ୍ଗଟାସିଲ, ମୁଦଘାଟ ଓ ମସିଣାଛାପର ତରଫରୁ ଚାଷୀମାନଙ୍କୁ ନେଇ ଏକ ଚାଷୀ ସମାବେଶ ଆୟୋଜିତ ହୋଇଯାଇଛି । ଏଥିରେ ଧୁବଲପଡା ସରପଞ୍ଚ ଶ୍ରୀମତୀ କସ୍ତୁରୀ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଚାଷୀମାନଙ୍କୁ ଉନ୍ନତମାନର ଚାଷ କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ଜଳ ବିଭାଜିକାର ପ୍ରକଳ୍ପ ନିର୍ବାହୀ ଅଧିକାରୀ ରଜନୀ କୁମ୍ଭାର ଓ ଓଭରସିୟର ପ୍ରଫୁଲ୍ଲ କୁମାର ପ୍ରଧାନ ଯୋଗଦେଇ ଚାଷୀମାନଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ଚାଷ କରି ଆୟକୁ ବର୍ଦ୍ଧିତ କରିବାକୁ ପରାମର୍ଶ ଦେଇଥିଲେ । ଜଳ ବିଭାଜିକା କମିଟି ତରଫରୁ ଚାଷୀମାନଙ୍କ ଦଳ ଗଠନ କରାଯାଇ ସମୁଦାୟ ୨୧ଟି ପାଣିପମ୍ପ ବଣ୍ଟନ କରାଯାଇଥିଲା । ଜଳ ବିଭାଜିକା ଉନ୍ନୟନ ଦଳର ସଦସ୍ୟ ସୌକିଲାଲ ସାହୁ, ଗୋପାଳ ସାହୁ, ରାଜକୁମାର ମାରାଣ୍ଡି, ଅଜୟ କୁମାର ରାଉତ ସମାବେଶରେ ଉପସ୍ଥିତ ଥିବା ବେଳେ କମିଟିର ସଭାପତି ଗୋପାଳ ବାଗ ସ୍ୱାଗତ ଭାଷଣ ଦେଇଥିଲେ । କମିଟିର ସମ୍ପାଦକ ଓ ସମସ୍ତ ସଦସ୍ୟ, ଆମ ଜଙ୍ଗଲ ଯୋଜନାର ଟିମ ଲିଡର ତ୍ରିନାଥ ଭୁଏ ତଥା ଖୁସିରାମ ମହାନନ୍ଦ, ସୁବଳ କରନ, ନାଏବ ସରପଞ୍ଚ ଓ ମେମ୍ବରମାନେ ଉପସ୍ଥିତ ରହି ସମାବେଶକୁ ସଫଳ କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!