କବି ପ୍ରସନ୍ନ ପଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟର ୩୪ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଘାଟିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମଙ୍ଗଳବାର କବି ପ୍ରସନ୍ନ ପଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ମୁନିନ୍ଦାର ୩୪ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଘାଟନ ହୋଇଯାଇଛି । ଏହି ଉତ୍ସବରେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ୍ୟା ଶ୍ରୀମତୀ ବାସନ୍ତୀ ସାହୁ ମୁଖ୍ୟ ଅତିଥି, ଧନକେରା ପଂଚାୟତ ପ୍ରାକ୍ତନ ସରପଞ୍ଚ ଉପେନ୍ଦ୍ର ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କ୍ରୀଡାର ମହତ୍ୱ ଉପରେ ଗୁରୁତ୍ୱ ଦର୍ଶାଇଥିଲେ । ସେଇଭଳି ବ୍ଲକ ଉପାଧ୍ୟକ୍ଷ୍ୟ ଦୁର୍ବାସା ନିଃସଙ୍କ, ବିଦ୍ୟାଳୟ ଉପଦେଷ୍ଟା ଶିକ୍ଷାବିତ ଜଟାଧାରୀ ପରିଡା ଓ ବିଦ୍ୟାଳୟ ମୋ ସ୍କୁଲ ସଭାପତି ଅଧ୍ୟାପକ ତ୍ରିନାଥ ପରିଡା ବିଦ୍ୟାଳୟର କୃତି କ୍ରୀଡ଼ାବିତ୍‌ ଜାତୀୟ ସ୍ତରରେ (ଖେଲୋ ଇଣ୍ଡିଆ, ନ୍ୟାସନାଲ ଗେମସ୍‌)ରେ ଯେଉଁଭଳି ଓଡିଶା ପାଇଁ ସଫଳତା ଆଣିଛନ୍ତି ଏହାକୁ ଭୁୟସୀ ପ୍ରଶଂସା କରିଥିଲେ । ପ୍ରଧାନ ଶିକ୍ଷକ ହୃଷିକେଶ ବଳିୟାରସିଂ ସଭାପତିତ୍ୱରେ ଏକ ଶିକ୍ଷଣୀୟ କ୍ରୀଡା ପରିବେଶ ପାଇଁ ଆହ୍ୱାନ ଦେଇଥିଲେ । କୃତି ଜାତୀୟ କ୍ରୀଡା ଛାତ୍ରୀ ଅର୍ଚ୍ଚନା ପ୍ରଧାନ ଶପଥ ପାଠ କରିଥିଲେ । ବିଜ୍ଞାନ ଶିକ୍ଷକ ପ୍ରବୀର ମହାପାତ୍ର ଧନ୍ୟବାଦ ଦେବା ସହ ଶିକ୍ଷକ ମିହିର କାମର ପରିଡା, ରମେଶଚନ୍ଦ୍ର ପରିଡା, ବୈଜୟନ୍ତୀ ମଲା ହରିଚନ୍ଦନ ଓ ଅଜିତ ରାୟ କ୍ରୀଡା ପରିଚାଳନା କରିଥିଲେ । ଜାତୀୟ ସ୍ତରରେ କୃତି କ୍ରୀଡା ଛାତ୍ରଛାତ୍ରୀ ଅନନ୍ୟା ପ୍ରଧାନ, ଅର୍ଚ୍ଚନା ପ୍ରଧାନ, ମଧୁସ୍ମିତା ସେଠି, ସକ୍ଷୀରୋଦ ବିଶ୍ୱାଳ, ବିଶ୍ଵ ବିଜୟୀ କଲମ୍ବସ, ଭରତ ପ୍ରଧାନଙ୍କୁ ସାମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!