oom

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିରର ମାସିକ ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମଶ୍ର) : ନୃସିଂହ ମନ୍ଦିରଠାରେ ଓଡିଶା ଅବସରପ୍ରାପ୍ତ କର୍ମଚାରୀ ସଂଘର ମାସିକ ବେଠକ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସାଧାରଣ ସଂପାଦକ ମଲିଆ ଗଡୁଆ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ତା’ପରେ ଆସନ୍ତା ମାର୍ଚ୍ଚ ମାସରେ ହେବାକୁ ଥିବା ବାର୍ଷିକ ସାଧାରଣସଭା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଏହି ବୈଠକ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଏବଂ ହସପିଟାଲର ଅଧ୍ୟକ୍ଷା ଏବଂ ଏସ୍‌ବିଆଇ ବଲାଙ୍ଗିର ମୁଖ୍ୟ ପରିଚାଳକଙ୍କୁ ମୁଖ୍ୟ ଅତିଥି ଏବଂ ମୁଖ୍ୟବକ୍ତା ଭାବେ ନିମନ୍ତ୍ରଣ କରିବା ପାଇଁ ଧାର୍ଯ୍ୟ କରାଗଲା । ଏହା ପରେ ଯେଉଁ ସଭ୍ୟଙ୍କୁ ୮୦ ବର୍ଷ ବୟସ କିମ୍ବା ଅଧିକ ବୟସ ହୋଇଯାଇଛି ସେମାନଙ୍କୁ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆଜିକାର ବୈଠକରେ ଉପସଭାପତି ପର୍ଶୁରାମ ନାୟକ ଓ ପ୍ରସନ୍ନ କୁମାର ମିଶ୍ର, ଉପଦେଷ୍ଟା ସତ୍ୟବନ୍ତ ବେଦବାକ, କାର୍ଯ୍ୟକାରିଣୀ ସଭ୍ୟ ହରେକୃଷ୍ଣ ପଟେଲ, ପ୍ରଦୀପ କୁମାର ସାହୁ, ଗୋପବନ୍ଧୁ ପୁରୋହିତ, ପୂର୍ଣ୍ଣଚନ୍ଦ୍ର ଦାଶ, ରଘୁନାଥ ମିଶ୍ର ଏବଂ ସଭ୍ୟ ମହାଦେବ ତୁମୁନିଆ, ଲୋକନାଥ ନେପାକ, ଚାଷୀ ବରାଡ, ଦଶରଥ ବାଘ, ଅଶୋକ କୁମାର ଚାନ୍ଦ ଏବଂ ଶ୍ରଦ୍ଧାକର କମ୍ପ ଉପସ୍ଥିତ ରହି ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଆବାହକ ଜୀବନ କୁମାର ତ୍ରିପାଠୀ, ପରିଶେଷରେ ସଭ୍ୟ କୃଷ୍ଣଚନ୍ଦ୍ର ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.