csstore

ବ୍ଲକ ମିଶନ ଶକ୍ତି ଭବନର ଶୁଭ ଉଦ୍‌ଘାଟନ

ମ.ରାମପୁର, (ହେମନ୍ତ ସାହୁ) : ଆଜି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକର ନୂତନ ଭାବେ ନିର୍ମାଣଧୀନ ମିଶନ ଶକ୍ତି ଭବନ ଗୃହର ଆଜି ଉଦ୍‌ଘାଟନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ବ୍ଲକ୍ ଅଧକ୍ଷା ମନ୍ଦାକିନୀ ସିଂହଦେଓ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ କୁମାର ଭୋଇ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ କୁସୁମ ମଞ୍ଜରୀ ପ୍ରହରାଜ, ମିଶନ ଶକ୍ତିର ବ୍ଲକ ପ୍ରକଳ୍ପ ସଂଯୋଜକ ସତ୍ୟ ନାରାୟଣ ସାହୁ, ଜୀବିକା ମିଶନର ବିପିଏମ୍‌ ଦୀପ୍ତି କିଶୋର ନାଏକ, ଜିପିଓ କୁଳମଣି ସିଂ ରାୟ, ନିମନ୍ତ୍ରିତ ଗଣମାଧ୍ୟମ ପ୍ରତିନିଧି ଗଣ, ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଏମ୍‌ବିକେ, ସିଆର୍‌ପି, କୃଷିମିତ୍ର, ପ୍ରାଣୀମିତ୍ର ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.