ଜମି ବିବାଦକୁ ନେଇ ଠେଙ୍ଗା ମାଡ଼ରେ ଚାଲିଗଲା ଜଣେ ବୃଦ୍ଧଙ୍କ ଜୀବନ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଜମି ବିବାଦକୁ ନେଇ ପଡ଼ୋଶୀଙ୍କ ଠେଙ୍ଗା ମାଡ଼ରେ ଜଣେ ବୃଦ୍ଧଙ୍କ ଜୀବନ ଚାଲିଯାଇଛି । ତେବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ସହର ଉପକଣ୍ଠ ଛେଳିଆପଡ଼ା ଗାଁରେ । ମୃତକ ଜଣକ ହେଲେ ଯୁଧିଷ୍ଠିର ପ୍ରଧାନ(୬୦) । ସୂଚନା ଅନୁସାରେ, ଘରକୁ ଲାଗିଥିବା ରାସ୍ତାକୁ ନେଇ ଗାଁର ଯୁଧିଷ୍ଠିର ପ୍ରଧାନଙ୍କର ପଡ଼ୋଶୀ ଜିତୁ ପ୍ରଧାନଙ୍କ ସହ ପୂର୍ବରୁ ଝଗଡା ଲାଗି ରହିଥିବା ବେଳେ ରବିବାର ସକାଳେ ଏହି କଥାକୁ ନେଇ ଝଗଡ଼ା ହୋଇଥିଲା । ଝଗଡ଼ା ବଢିବାରୁ ଜିତୁ ଏକ ଠେଙ୍ଗାରେ ଯୁଧିଷ୍ଠିରଙ୍କ ମୁଣ୍ତକୁ ପିଟି ଦେବାରୁ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଏନେଇ ଯୁଧିଷ୍ଠିରଙ୍କ ପୁଅ କ୍ଷୀରୋଦ ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!