csstore

ଘନେଇବାରେ ଲାଗିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦୁର୍ନୀତି

ବେଲପଡା, (ଭୋଜରାଜ ଦଣ୍ଡସେନା) : ସାରା ପଶ୍ଚିମ ଓଡ଼ିଶାରେ ଘନେଇବାରେ ଲାଗିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକରେ ଗତକାଲି ଏହାର ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ଧାରଣା ଦେବା ସହ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହି ଧାରଣାରେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ଥିବା ବେଳେ ବେଲପଡା ବ୍ଲକର ୨୫ ଏବଂ ୨୬ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ଅନିମା ଦାସ, ଶବ୍ଦ ମିର୍ଧା, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପାଣିଗ୍ରାହୀ, ବିଧାୟକଙ୍କ ପ୍ରତିନିଧି ପ୍ରଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ସହିତ ଥଲେ ଭାରତୀୟ ଜନତା ପାର୍ଟି ସମର୍ଥକ ମାନେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରୁ ବାଦ ଦେଇଥିବା ଅଭିଯୋଗ କରିଛନ୍ତି । ଏହାର ଅନିୟମିତତା କରାଯାଇଛି ଯା ଦ୍ଵାରା କି ଧନୀ ଲୋକ ମାନେ ପ୍ରଧାନମନ୍ତ୍ରୀମନ୍ତ୍ରୀ ଆବାସ ଯୋଜନାରେ ଲାଭ ଉଠାଉଛନ୍ତି ବୋଲି ମତ ପ୍ରକାଶ ପାଇଛି । ତେଣୁ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଦାବୀ ହେଉଛି ।

jayashree
Leave A Reply

Your email address will not be published.