csstore

କାୟାକଳ୍ପ ଟିମ୍ ଦ୍ୱାରା କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ଓ ସ୍ଥିତି ଅନୁଧ୍ୟାନ

କୋକସରା : ଗୁରୁବାର କୋକସରା ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଭିତ୍ତିଭୂମି ଓ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି କାୟାକଳ୍ପ ଟିମର ସଦସ୍ୟ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ କଳାହାଣ୍ଡି ଜିଲ୍ଲାର ମିଳିତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏକ ଟିମରେ ଅତିରିକ୍ତ ନିର୍ଦେଶକ ଡ଼.ସ୍ମୁତିଜିତ ପଟ୍ଟନାୟକ, ସୌମ୍ୟ କାନ୍ତ ପାତ୍ର, ସୌମ୍ୟ ରଞ୍ଜନ ପାଣି, ରିତା ନାଏକ, ହସ୍ପିଟାଲ ମ୍ୟାନେଜର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶୁଭ୍ରା ସାହୁ କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଡାକ୍ତରଖାନାର ଭିତ୍ତିଭୂମି ସ୍ୱଚ୍ଛତା ପରିବେଶ ବର୍ଜ୍ୟବସ୍ତୁ ପରିଚାଳନା, ବିଭିନ୍ନ ଅନୁଦାନର କାଗଜପତ୍ର ଯାଞ୍ଚ କରିଥିଲେ ।

ଏଥିସହ ସ୍ୱାସ୍ଥ୍ୟ କେନ୍ଦ୍ରର ଇନଡୋର ଆଉଟ ଡୋର, ପ୍ରସୂତି କକ୍ଷ, କୋଭିଡ ଫିଭର କ୍ଲିନିକ ସହ ସମସ୍ତ ବିଭାଗ ବୁଲିବା ସହ ତଦାରଖ କରି ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼. ଦାସଙ୍କ ସହ ଆଲୋଚନା କରିଥିବା ଜଣାପଡିଛି । ଏହି ସମୟରେ କୋକସରା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ, ଡ଼. ମାନବେଶ ମହାପାତ୍ର, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା, ବିପିଏମ ମାନସ ନୟନ ସ୍ବାଇଁ, ଫାର୍ମାସିଷ୍ଟ ସୁଧୀର ଧ. ମାଝୀ, ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ, ସଫେଇ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.