ବଦଳିଲା ଓଡିଶା ଅଗ୍ନିଶମ ସେବା ନାମ, ହେଲା ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶା ଅଗ୍ନିଶମ ସେବା ନାଁରେ ପରିବର୍ତ୍ତନ କରାଯାଇଛି । ଓଡିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା କରାଯାଇଛି । ଏ ନେଇ ରାଜ୍ୟ ସରକାରଙ୍କ ଗେଜେଟରେ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ବିପର୍ଯ୍ୟୟ ସମୟରେ ଓଡ଼ିଶା ଅଗ୍ନିଶମ ସେବା ଉଲ୍ଲେଖୀନୟ କାମ କରି ପ୍ରଶଂସିତ ହୋଇଛି । ବନ୍ୟା, ବାତ୍ୟା ଏବଂ ଜରୁରୀ ସମୟରେ ଓଡ଼ିଶା ଅଗ୍ନିଶମ ସେବା କର୍ମଚାରୀ ନିୟୋଜିତ ହୋଇ ଉଦ୍ଧାର କାର୍ଯ୍ୟ କରିଥାନ୍ତି । ଏପରିକି ଦୁର୍ଘଟଣା ସମୟରେ ମଧ୍ୟ ଓଡ଼ିଶା ଅଗ୍ନିଶମ ସେବା କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥାନ୍ତି ।

Leave A Reply

Your email address will not be published.