oom

ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା ଯୁବା ପ୍ରତାପୀ ସେନାର ସଦସ୍ୟମାନେ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ୧୫ ଦିନ ମଧ୍ୟରେ ଲମ୍ପି ଭାଇରସ ଯୋଗୁଁ ୫୦ରୁ ଅଧିକ ବୁଲା ଗାଈଗୋରୁଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ୨୦୦ରୁ ଅଧିକ ଗାଈ ଏହି ଲମ୍ପି ଭାଇରାସରେ ଆକ୍ରାନ୍ତ ଅଛନ୍ତି । ତେବେ ଏହି ଲମ୍ପି ଭାଇରସ କବଳରୁ ବୁଲା ଗାଈଗୋରୁଙ୍କୁ ରକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର ଟୀକାକରଣ ବ୍ୟବସ୍ଥା ଏଯାଏଁ କରାଯାଇନଥିବା ବେଳେ ଆଜି ଏହାକୁ ଆଖି ଆଗରେ ରଖି ଯୁବା ପ୍ରତାପୀ ସେନାର ସଦସ୍ୟମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଓ ଅତି ଶୀଘ୍ର ଜିଲ୍ଲା ପ୍ରଶାସନ ପକ୍ଷରୁ ଧ୍ୟାନ ଦେଇ ବୁଲା ଗାଈଗୋରୁଙ୍କୁ ଏହି ରୋଗ କବଳରୁ ରକ୍ଷା କରିବା ପାଇଁ ଟୀକାକରଣ ବ୍ୟବସ୍ଥା କରାଯାଉ ବୋଲି ଦାବୀ କରିଛନ୍ତି । ଏହି ସମୟରେ ଯୁବା ପ୍ରତାପୀ ସେନାର ସାରାନ୍ସ ସାହୁ, ଆର୍ଶୀବାଦ ଶାହାଣୀ, ଶ୍ରବଣ ଘିବେଲା, ଆଲୋକ ଭୋଇ, ନରସିଂହ ବେହେରା, ଆୟୁଷ ମିଶ୍ର, ଓମକାର ରଣା, ଅସ୍ମିତ ରଣା ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.